ଶେଷ ହେଲା କଳାଧନ ସମ୍ପର୍କିତ ଏସଆଇଟି ବୈଠକ
କଟକ(ଓ୍ବାଇଏନଏସ): କଟକରେ ଶେଷ ହେଲା କଳାଧନ ସମ୍ପର୍କିତ ଏସଆଇଟି ବୈଠକ। ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ। ବୈଠକରେ ଯୋଗ ଦେଇଥିଲେ ରାଜ୍ୟ ଓ କେନ୍ଦ୍ରର ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଅଧିକାରୀ। ସେମାନଙ୍କ ସହ ବିହାର ଓ ଝାଡ଼ଖଣ୍ଡ ରାଜ୍ୟର କିଛି ବିଭାଗର ତଦନ୍ତକାରୀ ଅଧିକାରୀ ଯୋଗ ଦେଇଥିଲେ। ଓଡ଼ିଶାରେ ଦୁର୍ନୀତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ନୀତି ମାମଲାରେ ସବୁଠାରୁ ଅଧିକ କ୍ଲାସ ୱାନ ଅଧିକାରୀ ଧରା ପଡ଼ୁଛନ୍ତି। ଦୁର୍ନୀତି ମାମଲାରେ ସରକାରୀ ଅଧିକାରୀଙ୍କ ସଂଖ୍ୟା ବହୁତ୍ ଅଧିକ ରହୁଛି। ଦୁର୍ନୀତିର କୁପ୍ରଭାବ ଜନସାଧାରଣଙ୍କ ଉପରେ ପଡୁଛି। ସେହିପରି ରାଜ୍ୟରେ ଏବେ ଡ୍ରଗ୍ସ ମାମଲା ଅଧିକ ବୃଦ୍ଧି ପାଇଛି। ଯୁବ ଗୋଷ୍ଠୀ ଏଥିରେ ଅଧିକ ସାମିଲ ହେଉଛନ୍ତି। ଏହାର ସେବନ କରୁଛନ୍ତି। ସମାଜ ଉପରେ ଏହା ବହୁତ୍ ଖରାପ ପ୍ରଭାବ ପକାଉଛି। ଏହା ଉପରେ ରୋକ୍ ଲଗେଇବା ପାଇଁ ସବୁ ବିଭାଗକୁ ପରାମର୍ଶ ଦିଆଯାଇଛି। ଯେଉଁ ବିଭାଗରେ ଅଧିକ ଦୁର୍ନୀତି ମାମଲା ଆସୁଛି ସେଠି ଅଧିକ ଗୁରୁତ୍ବ ଦେବା ଉଚିତ୍। ଏନେଇ ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ଯେ, “ଓଡ଼ିଶାରେ ପ୍ରିଭେନଶନ ଅଫ୍ କରପସନ ଆକ୍ଟ ଅଫିସିଆଲଙ୍କ ନମ୍ବର ବହୁତ ବଢ଼ିଯାଇଛି। ଆମାଉଣ୍ଟ ଅଫ୍ କ୍ୟାସ୍ ସିଜର ଆଣ୍ଡ ପ୍ରପର୍ଟି ବହୁତ ହାଇ। ଏଟା ଗୋଟେ ଡିଷ୍ଟର୍ବିଂ ଟ୍ରେଣ୍ଡ। କାରଣ ଗଭର୍ଣ୍ଣମେଣ୍ଟ ଅଫିସିଆଲ ଯଦି ଏ ପ୍ରକାର କରପସନରେ ଇନଭଲଭ ହେବେ ତାହେଲେ କମନ ମ୍ୟାନ୍ ଯିଏ ସଫର କରୁଛି। ମାନେ ବ୍ରାଇବ୍ ଟା ତ ଯିଏ ଖାଉଛି ଖାଉଛି, କିନ୍ତୁ ସଫରିଂ ଟା ତ ସାଧାରଣ ଲୋକ ହେଉଛି। ସେଥିଲାଗି ମ୍ୟାସେଜ ଯିବା ଦରକାର କି ତୁମେ କରପସନ ଯେଉଁ ଲେବଲରେ କର, ସେଟା ଟଲରେବଲ ନୁହଁ, ସେଟା ଆସେପଟେବଲ ନୁହଁ।” ବର୍ତ୍ତମାନ ଚିଟଫଣ୍ଡରେ ପଇସା ହରେଇଥିବା ଲୋକ ନିଜ ପଇସା ଫେରି ପାଉଛନ୍ତି। ଏହା ଭଲ ସଂକେତ। ଆସନ୍ତା ସେପ୍ଟେମ୍ୱର ୬ରେ ଅହମ୍ମଦାବାଦରେ ହେବ ଏସଆଇଟିର ପରବର୍ତ୍ତୀ ବୈଠକ। ଏହାପରେ ସୁପ୍ରିମକୋର୍ଟରେ ଦାଖଲ ହେବ ୧୦ମ ରିପୋର୍ଟ ବୋଲି କହିଛନ୍ତି ଜଷ୍ଟିସ ଅରିଜିତ ପଶାୟତ।