ପିଇବା ପାଣି ପାଇଁ ରାସ୍ତା ରୋକ: ଉପ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହାର

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) ଚାରିବର୍ଷ ଧରି ପାଣି ମିଳିଲାନି ବୋଲି ପାଣି ପିଇଆଇ ଦେଲେ ଅଧିକାରୀଙ୍କୁ ମହିଳା ମାନେ। ଏମିତି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ସଦର ମହାକୁମାରେ।ଦୀର୍ଘ ଚାରି ବର୍ଷ ଧରି ଭଲକାରୀ ସହିବାସୀଙ୍କୁ ପିଇବା ପାଣି ମିଳୁନଥିବାରୀ ନାଗାବଳି ପୋଲ ଉପରେ ତିନି ସାହି ବାସିନ୍ଧାଙ୍କ ରାସ୍ତା ରୋକକରି ନିଜର ଦୁଃଖକୁ ସରକାରଙ୍କ ନିକଟରେ ଜଣାଇଛନ୍ତି। ହଟାତ ସକାଳୁ କୁମ୍ଭାର ସାହି, ମାଳତି ସାହି ଓ ପୁରୁଣା ବସଷ୍ଟାଣ୍ଡ ର ପ୍ରାୟ ଶତାଧିକ ମହିଳା ମାନେ ଗୋରା ମାଠିଆ ଓ ବାଲ୍ଟି ଧରି ନଗବଳି ପୋଲ ଉପରେ ରାସ୍ତା ରୋକକାରୀ ନିଜର ଖୋଭ ପ୍ରକାଶ କରିଥିଲେ। ଯାହା ଫଳରେ ଯାତାୟତ ଏକ ରକମ ଠପ ହୋଇ ଯାଇଥିଲା।ଦୀର୍ଘ ଚାରି ବର୍ଷ ଧରି ବ୍ଲକ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ପାଣି ସାହିକୁ ଠିକ ରୂପେ ଆଡୁନଥିବାରୁ ଆମେ ଦିନ ମଜୁରୀ ଲୋକ ବହୁ ହଇରାଣ ହେବାକୁ ପଡୁଛି। ତେଣୁ ଆଜି ଜିଲ୍ଲା ପ୍ରଶାସନ ର ଯୁଗ୍ମ ଅଭିଯୋଗ ଶୁଣାଣି ଥିବାରୁ ଜିଲାପାଳ ଙ୍କୁ ଅଭିଯୋଗ କରି ପ୍ରତିନାଦ ଜଣାଇବୁ ବୋଲି ଏହି ରାସ୍ତା ରୋକ କରି ଜଣାଇବୁ ଓ ପାଣି ନମିଳିବା ଯାଏ ରାସ୍ତା ବନ୍ଦ ରହିବ ବୋଲି ମହିଳା ମାନେ ଅଭିଯୋଗ କରି ଛନ୍ତି। ପରେ ବିଡ଼ିଓ ମନୀଷା ଦାସ ଓ ଥାନା ଅଧିକାରୀ ନୀଳକଣ୍ଠ ବେହେରା ଘଟଣା ସ୍ତଲରେ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଦୀର୍ଘ ୧୫ ବର୍ଷ ଧରି ବିଭୁତି ପଣ୍ଡା କନିଷ୍ଠ ଯନ୍ତ୍ରୀ ଠାରୁ ସହକାରୀ ଯନ୍ତ୍ରୀକୁ ପ୍ରମୋସନ ଥିଲେ ମଧ୍ୟ କିଛି କାର୍ଯ୍ୟ କରିନଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଅଭିଯୋଗ କରିଥିଲେ ଗ୍ରାମବାସୀ। ଆଜି ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଜିଲ୍ଲାସ୍ତ୍ରୀୟ ଅଧିକାରୀ ମାନେ ଯିବା ସମୟରେ ଘଣ୍ଟା ଘଣ୍ଟା ଅଟକି ଥିଲେ ପରେ ଉପ ଜିଲ୍ଲାପାଳ ରମେଶକୁମାର ଜେନା ଆସି ମହିଳା ମାନଙ୍କୁ ବୁଝାସୁଝା କରିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା  ଜଳ ଓ ପରିମଳ ବିଭାଗ ର ଅଧିକାରୀ ଙ୍କ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଉକ୍ତ ସଜକାରୀ ଯନ୍ତ୍ରୀ ପଣ୍ଡା ଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାପରେ ଦୁଇ ଦିନ ରହି ସମସ୍ତ ସମସ୍ୟା ଭିତରେ ବିଭିନ୍ନ ସାହିକୁ ସ୍ଵଛ ପାଣି ଯୋଗାଇ ଦିଆଯିବ ଵର୍ତମାନ ଟାଙ୍କିରେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଜିଲାପାଳ ପାରୁଲପାତୁଵାରୀ ଙ୍କୁ ଭେଟିବା ପରେ ଆନ୍ଦୋଳନ ରୁ ପ୍ରତିହାର କରିଥିଲେ। ପରେ ଉପଜିଲ୍ଲାପାଳ ଶ୍ରୀ ଜେନା ଉକ୍ତ ତିନି ସାହିକୁ ଯାଇ ଲୋକଙ୍କ ସମସ୍ୟା ସମାଧାନ କରାଯିବ ବୋଲି ମହିଳାଙ୍କୁ ବୁଝାଇ ଥିଲେ। ଏହି ରାସ୍ତା ରାୟଗଡା କଲ୍ୟାନସିଂହପୁର ଭବାନୀପାଟଣା ମୁଖ୍ୟ ରାସ୍ତା ହୋଇଥିବାରୁ ବହୁ ଜାନ ବାହାନା ଯିବାଆସିବାରେ ଅସୁବିଧା ହୋଇଥିଲା। ବିଶେଷ କରି ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଅସୁବିଧା ହୋଇଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ