ଯୁଗ୍ମ ଜନ ଅଭିଯୋଗ ଶୁଣାଣି
କଟକ (ଓ୍ବାଇଏନଏସ) ଆସନ୍ତା ୭ ତାରିଖ ସୋମବାର ବାଙ୍କୀ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଅଭିଯୋଗ ଶୁଣାଣି ଶିବିର ପୂର୍ବାହ୍ନ ୧୦ ଘଟିକା ସମୟରେ ଆରମ୍ଭ ହେବ । ପ୍ରତ୍ୟେକ ସୋମବାର ହେଉଥିବା ଜନ ଅଭିଯୋଗ ଶୁଣାଣି ଶିବିରରେ ନିଜର ଅଭିଯୋଗ ଦାଖଲ କରିବା ନିମନ୍ତେ ଜନଶୁଣାଣି ୱେବ ପୋର୍ଟାଲ/ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସ୍ଲଟ ବୁକିଂ କରିବାକୁ ଅନୁରୋଧ କରାଯାଉଛି । ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକାଠାରୁ ଶନିବାର ରାତ୍ର ୧୧ ଘଟିକା ୫୯ ମିନିଟ ପର୍ଯ୍ୟନ୍ତ ଜନଶୁଣାଣୀ ପୋର୍ଟାଲ janasunani.odisha.gov.inରେ ସ୍ଲଟ ବୁକିଂ କରାଯାଇପାରିବ । ଅଂଚଳବାସୀ ଏହାର ସୁଯୋଗ ନେବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।