ମେଘା ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ଲୋକେ ପାଣିପାଇଁ ଡହଳ ବିକଳ

କଲ୍ୟାଣସିଂହପୁର: (ଏଙ୍କେଟେଶ୍ୱର ପାଢ଼ୀ)ତତ୍କାଳୀନ ସରକାର ରାଜ୍ୟରେ ସମସ୍ତ ଲୋକଙ୍କୁ ସୁଧ ପାନୀୟ ଜଳ ପିଇବା ପାଇଁ ମେଘା ପ୍ରକଳ୍ପ ଗତ ଦୁଇ ବର୍ଷରୁ ଅଧିକ ହେବ କାର୍ଯ୍ୟକ୍ଷମ ହେଇଛି। ଦୁଇବର୍ଷ ରୁ ଅଧିକହେବ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସରିବାର ନାମ ନେଇନି। ମୁଖ୍ୟ ଠିକାଦାରରୁ  ପେଟି ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ କରିଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୭୦ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୩୧୫ଗୋଟି ରାଜସ୍ୱ ଗ୍ରାମ ସହ ପଡା ଗ୍ରାମ ମଧ୍ୟ ରହିଛି।ଏହି ବ୍ଲକରେ ନାଗାବଳି ନଦୀରୁ ପାଣି ଉଠାଇ ଧମଳିମା, ଭାତପାରିସୀ ନାଳ ନିକଟରେ, ମନାରୀ ଗୁଡା ନିକଟରେ ବିଭିନ୍ନ ଗ୍ରାମରେ ପାଣି ଷ୍ଟରେଜ ପାଇଁ ବଡ଼ବଡ଼ ଟାଙ୍କି କରିଛନ୍ତି। ଉକ୍ତ ପାଣିକୁ ବିଭିନ୍ନ ଗ୍ରାମରେ ଥିବା  ପାଣି ଟାଙ୍କି ଅଧାରେ ଅଚିତ କେଉଁଠିକୁ ଯୋଗାଣ ହେବ ହୋଇନାହିଁ। ବ୍ଲକର ସମସ୍ତ ଗ୍ରାମ ମାନଙ୍କୁ ନଳକୂପ ରହିଥିଲେ ମଧ୍ୟ ବିଭିନ୍ନ ସମୟରେ ଅଚଳ ହୋଇ ପଡୁଛି। ଗ୍ରୀଷ୍ମ କାଳରେ ଲୋକେ ବହୁ ଅସୁବିଧାରେ ସମୁଖୀନ ହୋଇ ଜଳ କଷ୍ଟ ଭଗୁ ଥିବା ବେଳେ ବର୍ଷା ଦିନରେ ସଲାର ନଲକୁପରୁ ପାଣି ଉଠୁନଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କରୁନଥିବାରୁ ଲୋକେ ଅତିଷ୍ଟ ହୋଇ ପଡିଛନ୍ତି। ବ୍ଲକର ପ୍ରତିଗ୍ରାମ ଓ ସାହିକୁ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଏହି ଯୋଜନା କାର୍ଯ୍ୟ କରୁଛି। କିନ୍ତୁ ସାହି ଓ ପଡା ମାନଙ୍କରେ ରାସ୍ତା ଖୋଳି ପାଇପ ପକାଇ ବିଛାଇ ଘରଘର କୁ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ସ୍ଥାପନ କରାଯାଇଛି। ଷ୍ଟାଣ୍ଡ ପୋଷ୍ଟ ଗୁଡାକ ଘର ଦାଣ୍ଡରେ ସେମିତି ରହି ରହି ଭାଙ୍ଗିରୁଜି ଗଲାଣି। ସିମେଣ୍ଟ ରାସ୍ତାରେ ଖୋଳାଯାଇ ଥିଲେ ମଧ୍ୟ ଠିକାଦାର ମରାମତି ନକରି ଛାଡି ଦେଇଥିବାରୁ ଲକ୍ଷଲକ୍ଷ ଟଙ୍କାର ରାସ୍ତା ଭାଙ୍ଗିରୁଜି ଗଲାଣି।ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଗ୍ରାମ୍ୟ ରାସ୍ତା ହେଇ କି ରାଜ୍ୟ ରାସ୍ତା କଡ଼ରେ ପାଇପ ବିଛାଇବା ପାଇଁ ଅତି କମ ଖୋଳିଯାଇ ପାଇପ ପକାଯାଉଥିବାରୁ ଯାନ ବାହାନା ସାଇଡ ଦେବା ସମୟରେ ଦୁର୍ଘଟଣା ଘଟୁଛି। ରାସ୍ତାର ବହୁ ଦୂରରେ ଗଭୀର ଗତ କରି ଖୋଳିବାର ନିୟମ ଥିଲେ ମଧ୍ୟ ମାତ୍ର ଦୁଇ ଫୁଟ ଖୋଳି ପାଇପ ପକାଇଛନ୍ତି। ଉକ୍ତ ନିମ୍ନମାନର କାର୍ଯ୍ୟ ବ୍ଲକର ବିଭାଗ ଗୀୟ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିଳାରେ ବିଲ କାରୀ ଲକ୍ଷ ଲକ୍ଷ ଟଙ୍କା ହାତେଇ ଥିବା ଅଭିଯୋଗ ହୋଇଛି। ଉକ୍ତ କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।ଏହି ବ୍ଲକ ମେଲେରିଆ ଦେଇରିଆ ଅଞ୍ଚଳ ହୋଇଥିବାରୁ ଦୂଷିତ ଜଳ ପିଇ ଲୋକେ ଜ୍ୱର ରେ ପୀଡିତ ଥିବା ବେଳେ ନାଳ ନଦୀ ର ପାଣି ପିଇ ଝାଡା ବାନ୍ତି ବ୍ୟାପିବା ସମ୍ଭାବନା ରହିଛି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯୁଦ୍ଧ କାଳୀନ ଭିତରେ ମେଘା ପ୍ରକଳ୍ପ ସାରିବା ପାଇଁ ସାଧାରଣ ରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ