ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନମହୋତ୍ସବ ସପ୍ତାହ ପାଳିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ ଠାରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ କେନ୍ଦୁଝର ଟାଉନର ବନପାଳ ଅକ୍ଷୟ କୁମାର ମହାନ୍ତି, ନରଣପୁରର ବନପାଳ କାଳନ୍ଦୀ ଚରଣ ସାମଲ ଅତିଥି ଭାବରେ ଯୋଗ ଦେଇ ଶିଶୁମାନଙ୍କୁ ବକ୍ତବ୍ୟ ଦେବା ଛଳରେ ‘ମାଆ ପାଇଁ ଗଛଟିଏ’ ଜରିଆରେ ସମସ୍ତ ଶିଶୁ ଗୋଟିଏ ଗୋଟିଏ ଗଛ ଲଗାଇ ବନମହୋତ୍ସବକୁ ସଫଳ କରିବାକୁ କହିଥିଲେ ଓ ବୃକ୍ଷରୋପଣ ଦ୍ୱାରା ପରିବେଶ ସନ୍ତୁଳନ ହୋଇପାରିବ ବୋଲି ମାର୍ଗଦର୍ଶନ କରିଥିଲେ । ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ବିଦ୍ୟାଳୟର ଗୁରୁଜୀ ବଂଶୀଧର ମହାନ୍ତ ଓ ତ୍ରିଲୋଚନ ମହାନ୍ତ ବୃକ୍ଷରୋପଣରେ ସହଯୋଗ କରିଥିଲେ । ବିଦ୍ୟାଳୟର ସହପ୍ରଧାନଆଚାର୍ଯ୍ୟ ଦେବାଶିଷ ସାମଲ ତଥା ଅନ୍ୟ ଗୁରୁଜୀଗୁରୁମା, ସେବକସେବିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ