ବ୍ଲକସ୍ତରୀୟପାଠାଗାର କାର୍ଯ୍ୟକ୍ଷମ କେବେ ?

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଲକର ମଠଡାହି ଠାରେ ବ୍ଲକସ୍ତରୀୟ ପାଠାଗାର ନିର୍ମାଣ ହୋଇଛି।  ସରକାରଙ୍କ ପକ୍ଷରୁ ପୂର୍ଭ ବିଭାଗ ଦ୍ଵାରା ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇ ଏହି ପାଠାଗାର ନିର୍ମାଣ ହୋଇଥଲା।  ଏହା ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କ ଶିକ୍ଷା କ୍ଷେତ୍ରରେ ସହାୟକ ହେବା ସହିତ ବୃଦ୍ଧିଜୀବୀ ଓ ଶିକ୍ଷାବିତ୍ ବିଭିନ୍ନ ପୁସ୍ତକ ପଢିବାର ସୁବିଧା ପାଇବାର ଲକ୍ଷ ରଖାଯାଇଥିଲା। ଘର କାର୍ଯ୍ୟ ସରିଥ‌ିବା ବେଳେ ପାଠାଗାର  କାର୍ଯ୍ୟକ୍ଷମ ବିଳମ୍ବକୁ ନେଇ ବୃଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଠିକାଦାରଙ୍କୁ ପଚାରିବାରୁ ଗୃହ ନିର୍ମାଣ ଶେଷ ହୋଇଥିବା ନେଇ ବ୍ଲକ ପ୍ରଶାସନକୁ ଜଣାଇ ଦିଆଯାଇଥିଲେ ସୁଦ୍ଧା ପ୍ରଶାସନ ପାଠାଗାର କାର୍ଯ୍ୟକ୍ଷମ ନେଇ ତତ୍ପର ହେଉନଥିବା ଥୂବା ସେ କହିଥିଲେ । ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଏହି ବ୍ଲକସ୍ତରୀୟ ପାଠାଗାରାଟିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନେବାକୁ ବୃଦ୍ଧିଜୀବ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ