ଡ୍ରାଇଭରଙ୍କ ଆନ୍ଦୋଳନ : ପରିବହନ ବନ୍ଦ ଯୋଗୁଁ ଅଭାବନୀୟ ସ୍ଥିତି
ହାଟଡିହି (ଓ୍ବାଇଏନଏସ): ସାରା ରାଜ୍ୟରେ ଡ୍ରାଇଭରମାନେ ସେମାନଙ୍କର ୭ ଦଫା ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଛି। ଏହି ଆନ୍ଦୋଳନରେ ହାଟଡିହି ଡ୍ରାଇଭର ସଂଘ ସାମିଲ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚି ଥିବାବେଳେ ଯାତ୍ରୀମାନେ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇ ଥିବାରୁ ପନିପରିବା ଠାରୁ ଆରମ୍ଭ କରି ଫଳ ମୂଳ ପର୍ଯ୍ୟନ୍ତ ସବୁଠି ଅଭାବ ଦେଖା ଦେଇଛି। ଆଜି ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳୀ ଭାବେ ପରିଚିତ ଛେନପଦି ମାର୍କେଟରେ ପନିପରିବାର ଅହେତୁକ ମୂଲ୍ୟବୃଦ୍ଧି ଦେଖିବାକୁ ମିଳିଛି। ବାଇଗଣ କିଲୋ ଦୁଇଦିନ ତଳେ ୬୦ଟଙ୍କା ଥିବାବେଳେ ଆଜି ୮୦ଛୁଇଁଛି। ବାହାରୁ ଆସୁଥିବା ବାଇଗଣ ଆସିପରୁ ନଥିବାରୁ ବାଇଗଣର ଅଭାବ ଦେଖା ଦେଇଥିବା ବ୍ୟବସାୟୀ ମାନେ କହୁଛନ୍ତି। ସେହିପରି ସିମେଣ୍ଟ, ଚିପସ ଆସି ପାରୁନଥିବାରୁ ଅନେକ ସ୍ଥାନରେ ଉନ୍ନୟନ କାମ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ଦାବି ନେଇ ଡ୍ରାଇଭରଙ୍କ ଧାରଣା ଚାଲିଥିବାବେଳେ ସରକାରଙ୍କ ସହିତ ଆଲୋଚନା ପରେ ବି କୌଣସି ନିର୍ଯାସ ବାହାରୁନି। ଫଳରେ ସରକାର ଦାବି ନମାନିବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ସଂଘ ସିଧାସଳଖ କହିଛି। ତେବେ ଏହି ଆନ୍ଦୋଳନରେ ଡ୍ରାଇଭର ସଂଘ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ବିରୋଧୀ ଦଳରେ ଥିବା ସମୟରେ ଡ୍ରାଇଭରମାନଙ୍କ ଆନ୍ଦୋଳନରେ ସାମିଲ ହୋଇ ଦାବି ଗୁଡିକ ଯଥାର୍ଥ ଓ ଏହାକୁ ସରକାର ମାନିବା ଆବଶ୍ୟକ ବୋଲି ମତ ଦେଇଥିଲେ। ହେଲେ ଏବେ ମୋହନ ଚରଣ ମାଝୀ ଖୋଦ୍ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ଡ୍ରାଇଭରମାନଙ୍କ ଦାବିକୁ କାହିଁକି ଗ୍ରହଣ ଗ୍ରହଣ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି। ମୂଖ୍ୟମନ୍ତ୍ରୀ ବସ ଗୁଡ଼ିକ ଯାତାୟତ ଆରମ୍ଭ କରିଥିବାରୁ ସଧାରଣ ଲୋକେ ଓ ଛାତ୍ରଛାତ୍ରୀ ମାନେ ବ୍ଲକ, ତହସିଲ, ସ୍କୁଲ, କଲେଜ ଆସିପରୁଛନ୍ତି।