ବଜ୍ରପାତ ସମ୍ପର୍କରେ ସଚେତନତା ରଥ ଶୁଭାରମ୍ଭ

କଟକ, (ଓ୍ବାଇଏନଏସ): ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏଥି ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ସମସ୍ତ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଅଧ୍ୟକ୍ଷ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଦ୍ଵାରା ବଜ୍ରପାତ ସୁରକ୍ଷା ସମ୍ପର୍କିତ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଜିଲ୍ଲାର ସହରାଞ୍ଚଳ ଏବଂ ସମସ୍ତ ବ୍ଲକଗୁଡିକ ପରିକ୍ରମା କରି ଜନସାଧାରଣ ବଜ୍ରପାତ ସମୟରେ ପଦକ୍ଷେପ ସ୍ୱରୂପ କିପରି ସୁରକ୍ଷିତ ରହିପାରିବେ ଏଥି ସମ୍ବନ୍ଧୀୟ ସଚେତନତା ବାର୍ତ୍ତାମାନ ପ୍ରଦାନ କରିବ । ପ୍ରକାଶ ଥାଉକି ସତର୍କତାମୂଳକ ପଦକ୍ଷେପ, ସୁରକ୍ଷା ବାର୍ତ୍ତା, ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ କରିବା ଉପରେ ସୂଚନା ପ୍ରଦର୍ଶନୀ, ଅଡିଓ-ଭିଜୁଆଲ୍ ବାର୍ତ୍ତା ଏବଂ ସୂଚନା ପୁସ୍ତିକା ସହିତ ସଚେତନତା ରଥ ଜିଲ୍ଲାର ସମସ୍ତ ଆଞ୍ଚଲ ବୁଲି ପ୍ରଚାର ପ୍ରସାର କରିବ । ବିଭିନ୍ନ ଅନୁଷ୍ଠାନ ତଥା ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରି ଏ ସମ୍ବନ୍ଧୀୟ ଜନ ସଚେତନତା କରାଇବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସଚେତନତା ରଥର ଶୁଭାରମ୍ଭ ଅବସରରେ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଡଃ. ଦିବ୍ୟଲୋଚନ ମହାନ୍ତ, ଡେପୁଟୀ କଲେକ୍ଟର(ଜରୁରୀ), ଶ୍ରୀ ସୁଜୟ ପତି, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ,(ଜରୁରୀ) ଶ୍ରୀ ବାପି ବିଶ୍ଵଜିତ ସାହୁ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ