ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)କେ.ନୂଆଗାଁ ଥାନା ନୂଆପଡା ଗ୍ରାମ ରେ ଘଟିଥିବା ଏକ ହତ୍ଯାଉଦ୍ଯମ ଘଟଣାରେ  ପୋଲିସ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟ କୁ ଚାଲାଣ କରିଛନ୍ତି।ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗିରଫ ହୋଇ ଜେଲ ହାଜତକୁ ଯାଇଥିବା ଅଭିଯୁକ୍ତ ଜଣକ ହେଲେ ନୂଆପଡା ଗ୍ରାମ ସାନଦାଣ୍ଡ ସାହିର ଭାସ୍କର ସେଠୀ।ପୂର୍ବ ଶତୃତାକୁ କେନ୍ଦ୍ରକରି ଗତ ମଙ୍ଗଳବାର  ସନ୍ଧ୍ୟାରେ ଭାସ୍କର ସେହି ଗ୍ରାମର ଯୁବରାଜ ପେଣ୍ଠ ପ୍ରାଥମିକ ବିଦ୍ୟାଳୟ ସାହିର ସୁବ୍ରତ ସେଠୀଙ୍କ ସହ ଯୁକ୍ତିତର୍କ କରିଥିଲେ।ପରେ ସେ ହଠାତ ଉତ୍ଯକ୍ତ ହୋଇ ସୁବ୍ରତ ଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏକ ଲୁହା ଛଡ଼ରେ ମୁଣ୍ଡକୁ ଆକ୍ରମଣ କରିଥିଲେ।ଏହା ଦେଖି ସୁବ୍ରତଙ୍କ ସ୍ତ୍ରୀ ସୁଲୋଚନା ପାଟି କରିବାରୁ ଭାସ୍କର ତାଙ୍କ ମୁଣ୍ଡକୁ ମଧ୍ୟ ଲୁହା ଛଡ଼ ରେ ପିଟି ଲହୁଲୁହାଣ କରିଥିଲେ। ଗୁରୁତର ଅବସ୍ଥାରେ ସୁବ୍ରତ ଓ ତାଙ୍କ ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବମକୋଇ ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର  ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ।ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ  ସୁଲୋଚନା କେ. ନୂଆଗାଁ ଥାନା  ରେ ଏତଲା ଦେଇଥିଲେ। ଏତଲାକୁ   ଭିତ୍ତି କରି  ଆଇଆଇସି କିଶୋର ସାମଲ ମାମଲା ନଂ. ୨୩୦/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା  ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ