ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କାରେ ୨ ଆହତ
ଛତ୍ରପୁର, : ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆଛତ୍ରପୁର ଗ୍ରାମ ଛକ ନିକଟ ଜାତୀୟ ରାଜପଥ ରେ ଦୁଇଗୋଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ରେ ଦୁଇଜଣ ଯୁବକ ଆହାତ ହୋଇଛନ୍ତି, ଆହାତ ମାନେ ଅରୁଣ କୁମାର ବେହେରା ଓ ବଳଭଦ୍ର କଳସ ବୋଲି ସୂଚନା ମିଳିଛି, ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ଷ୍ଟାଫ ଙ୍କ ସୂଚନା ଅନୁସାରେ ଅରୁଣ ଏକ ମୋଟର ସାଇକେଲ ଯୋଗେ ବ୍ରହ୍ମପୁର ଠାରୁ କେଶପୁର ଅଭିମୁଖେ ଯାଉଥିବା ବେଳେ ବଳଭଦ୍ର ଏକ ମୋଟର ସାଇକେଲ ଯୋଗେ ବ୍ରହ୍ମପୁର ରାସ୍ତା ଅଭିମୁଖେ ଯାଉଥିଲେ, କୋଣସି କାରଣ ଯୋଗୁଁ ପାଲିଆ ଛତ୍ରପୁର ଗ୍ରାମ ଛକ ନିକଟରେ ଉଭୟ ଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହାଫଳ ରେ ଉଭୟ ଆହାତ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତା ରେ ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା


