ଟୁକୁଣା -ଆମ୍ବୋ ରାସ୍ତା ଶୋଚନୀୟ: ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ
ହାଟଡ଼ିହହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ ଟୁକୁଣାଠାରୁ ଆମ୍ବୋ ଯାଏଁ ଲମ୍ବିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ପିଚୁ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଏଭଳି ରାସ୍ତାରେ ଚଳପ୍ରଚଳ କରିବା ଅଞ୍ଚଳବାସୀଙ୍କ ପାଇଁ ଦୁର୍ବିସହ ହୋଇ ପଡ଼ିଛି। ଏହି ରାସ୍ତା ଉପରେ ବେଗୁନିଆପଦି, ସରଳ, କୋଳିପଦି, ଆମ୍ୱୋ, ଲଇଛଣପୂର, ଅଣତିରା, କରଗୋଳା ପ୍ରଭୃତି ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ଦୁଇବର୍ଷ ତଳେ ଏହି ରାସ୍ତାଟି ନିର୍ମାଣ ହୋଇଥଲା। ମାତ୍ର ରାସ୍ତା ନିର୍ମାଣର ଅଳ୍ପଦିନ ମଧ୍ୟରେ ଧ୍ଯରେ ରାସ୍ତାଟି ଧୀରେ ଧୀରେ ନଷ୍ଟ ହୋଇ ହୋଇଯାଇଥିବାରୁ ଏହା ଦୈନନ୍ଦିନ ଯାତାୟାତ ପାଇଁ ଏକପ୍ରକାର ମରଣଯନ୍ତା ସଦୃଶ ହୋଇଯାଇଛି। ବର୍ଷା ହେବା ମାତ୍ରକେ ରାସ୍ତାରେ ଥିବା ବଡ଼ ବଡ଼ ଖାଲଖମାରେ ପାଣି ଜମିରହି ପଥଚାରୀଙ୍କୁ ଭ୍ରମିତ କରୁଛି। ସାଇକଲ ଏବଂ ବାଇକ ଆରୋହୀଙ୍କୁ ପାଇଁ ରାସ୍ତାଟି କଷ୍ଟଦାୟକ ହେଉଛି | ଅନେକ ସମୟରେ ସାଇକେଲ କି ବାଇକ୍ ଆରୋହୀ ମାନେ ରାସ୍ତାରେ ଥିବା ବିରାଟ ବିରାଟ ଖାଲରେ ପଡ଼ି ଆହତ ହେଉଛାନ୍ତି। ଆଜି ମଧ୍ୟ ଦୁଇଜଣ ବାଇକ ଆରୋହୀ ଆହତ ହୋଇଥିଲେ। ଆବଶ୍ୟକ ସମୟରେ ଜରୁରିକାଳୀନ ଗାଡ଼ିଟିଏ ଏହି ରାସ୍ତାଦେଇ ଯିବା କଷ୍ଟକର ହୋଇପଡ଼େ। ସ୍କୁଲ କଲେଜ ଯାଉଥିବା ପିଲାମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତୁପକ୍ଷ ତୁରନ୍ତ ଏହାର ମରାମତି କରିବାକୁ ଦାବି ହେଉଛି।