ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ନିର୍ମାଣ ହୋଇ ପାରୁନାହିଁ ରାସ୍ତା: ଦୋଳାକୁ କାନ୍ଧରେ ୯ କିମି ବୋହି ରୋଗୀଙ୍କୁ ନିଆଗଲା ଡାକ୍ତରଖାନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସୁଦ୍ଧା ଗଜପତି ଜିଲ୍ଲାର ଅଞ୍ଜେଇକୋଣ ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ. ତେଣୁ ଗୁରୁତର ରୋଗୀଙ୍କୁ ଦୋଳରେ 9 କିଲୋମିଟର ବୁହା ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି. ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ବସ୍ତ୍ରୀଗୁଡ଼ା ପଞ୍ଚାୟତର ଅଞ୍ଜେଇକୋଣ ଗ୍ରାମରେ. କୌଣସି କାରଣରୁ ଏହି ଗ୍ରାମର ଦୁଇଜଣ ହଠାତ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ. ସେମାନେ ହେଲେ ଗୁଡୁବାଇ ମଣ୍ଡଳ (୪୫) ଓ ଜାଲସାନି ମଣ୍ଡଳ (୫୦). ଏହି 2 ଜଣଙ୍କୁ ଜରୁରୀ ଚିକିତ୍ସା ଦେବା ପାଇଁ ଦୋଳାରେ 9 କିମି ବୁହା ହୋଇ ରା.ଉଦୟଗିରି ମେଡିକାଲକୁ ଅଣାଯାଇଥିଲା। ରାସ୍ତା ଅଭାବରୁ ଗ୍ରାମକୁ ଆମ୍ବଲାନ୍ସ ଆସିପାରୁ ନଥିବା ବେଳେ ଦୋଳାରେ ବୋହି ରୋଗୀଙ୍କୁ ଡାକ୍ତରଖାନା ଆଣିବା ଗ୍ରାମବାସୀଙ୍କୁ 9 କିମି କାନ୍ଧରେ ବୋହି ନେବାକୁ ପଡୁଛି. ଏଭଳି ବହୁ କଷ୍ଟ ସ୍ବୀକାର କରି ଲୋକେ ରୋଗୀଙ୍କୁ କାନ୍ଧରେ 9 କିଲୋମିଟର ରାସ୍ତା ବୋହି ଡାକ୍ତରଖାନାକୁ ନେବାକୁ ପଡୁଛି. ଏଭଳିକି କେତେକ ରୋଗୀ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ମୃତ୍ୟୁବରଣ କରୁଛନ୍ତି. ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସୁଦ୍ଧା ଗ୍ରାମକୁ ରାସ୍ତା ନିର୍ମାଣ ନ ହେବା ଦୁଃଖଦାୟକ ଅଟେ. ପ୍ରଶାସନ ତୁରନ୍ତ ଏହି ଗ୍ରାମର ରାସ୍ତା ନିର୍ମାଣ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି.