ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ ବୈଠକ

କଲ୍ୟାଣସିଂହପୁର/୨୦/୦୭/(ଏଙ୍କେଟେଶ୍ୱର ପାଢ଼ୀ) ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରର୍ସ  ଆସୋସିଏସନ୍ କଲ୍ୟାଣସିଂହପୁର ବ୍ଳକର ଏକ ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ସମ୍ପାଦିକା ଶ୍ରୀମତୀ ଉଷା ରାଣୀ ଦାଶଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ଏବଂ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା କୁ ସଫଳ କରିବା ରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ମାନଙ୍କ ଦୀର୍ଘ ଦିନର ବିଭିନ୍ନ ଦାବିକୁ ନେଇ ଆଲୋଚନା କରାଯାଇ
ନୂତନ ସରକାରଙ୍କ ଠାରେ ଦାବି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ  ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ମାନଙ୍କୁ ପାଇଁ ଥିବା ସମସ୍ତ ସୁବିଧା ଯୋଗାଇଦେବା ଉପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖା କୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ  ଚେତାବନୀ ଦେଇଛନ୍ତି । ଉକ୍ତ ବୈଠକରେ ବ୍ଳକର ନୂତନ କର୍ମ କର୍ତ୍ତା  ଚୟନ କରାଯାଇଥିଲା ନୂତନ କର୍ମ କର୍ତ୍ତା ଭାବେ ସଭାନେତ୍ରୀ ହେମଲତା ମହାପାତ୍ର , ଉପ ସଭାନେତ୍ରୀ  ମଣ୍ଡଳ ସାରି , ପବିତ୍ରା ରଞ୍ଜନି ପଣ୍ଡା , ସମ୍ପାଦିକା ବୃନ୍ଦାବତୀ ବେହେରା,  ସହ ସମ୍ପାଦିକା ମଞ୍ଜୁ ଲତା ମହାପାତ୍ର, ସଂଗଠନ ସମ୍ପାଦିକା ଏ ମାଧୁରୀ , କୋଷାଧ୍ୟକ୍ଷ ଭାବେ ପଦ୍ମାବତୀ ନାୟକଙ୍କୁ ଚୟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରୀତା ରଞ୍ଜନି ପଣ୍ଡା , ମଞ୍ଜୁଳା ଉଲାକା , ଲିସା କର୍ସିକା , ପରିଚାଳନା କରିଥିଲେ । ଉକ୍ତ ବୈଠକରେ ବ୍ଳକର ସମସ୍ତ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ