ବଲାଙ୍ଗୀର(ଓ୍ବାଇଏନଏସ): ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ନାଗ ପଂଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲୋକନାଥ ମନ୍ଦିର ମାଁ ମନସା ଦେବୀ ମନ୍ଦିରରେ ଶ୍ରାବଣ ମାସର ତୃତୀୟ ପାଳିରେ ନାଗ ପଂଚମୀ ପୂଜା ପାଇଁ ମନ୍ଦିରରେ ଭକ୍ତଙ୍କର ସୁଅ ଛୁଟିଥିଲା । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ମନ୍ଦିରରେ ବେଶ୍ ଭିଡ ଜମିଥିଲା । ନାଗ ଦଂଶନରେ ବହୁତ ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ବର୍ଷା ମାସରେ ଗାଁ ଠାରୁ ସହର ମଧ୍ୟରେ ସର୍ପ ଦଂଶନରେ ନିରିିହ ଜୀବନ ହାନି ଘଟୁଛି । ଅନେକ ଲୋକ ମଧ୍ୟ ସର୍ପ ଦଂଶନ ଶିକାର ହେଉଛନ୍ତି । ଏଭଳି ସ୍ଥିତିରେ ଅନେକ ଲୋକ ଗୁଣି ଗାରେଡ଼ି କରି ସର୍ପ ଦଂଶନର ଚିକିତ୍ସା କରୁଛନ୍ତି । ଏଭଳି ଅନ୍ଧ ବିଶ୍ୱାସ ଉପରେ ବିଶ୍ୱାସ ନ କରି ସର୍ପ ଦଂଶନ କଲେ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ୍ ଯାଇ ଚିକିତ୍ସା କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଥିଲା | ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ନାଗ ପଂଚମୀ ପୂଜା କରଯାଇଥିଲା ଏବଂ ସମସ୍ତେ କରିବାକୁ ଆହ୍ୱାନ କରାଯାଇଛି | ଏହି ଦିନ ନାଗ ଦେବତା ଙ୍କୁ ପ୍ରାର୍ଥନା କରି ପରିବାର ଓ ଧନ ଜୀବନ ର ସୁରକ୍ଷା ନିମନ୍ତେ ଗୋରସ ଅର୍ପଣ କରିଥାନ୍ତି । ଲୋକନାଥ ମନ୍ଦିର ପୂଜକ ଥନାପତି ଓ ବାଳମୁକୁନ୍ଦ ଥନାପତି ପୂଜା ଅର୍ଚ୍ଚନା କରିଥିଲେ । ଏଥିରେ ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର, ଦେବାଳୟ ସୁରକ୍ଷା କମିଟି ଅଧ୍ୟକ୍ଷ ଜୟକୃଷ୍ଣ ମିଶ୍ର, ପ୍ରକୃତି ମିତ୍ର ସୁଧିର ମିଶ୍ର, ଶମ୍ଭୁ ଶତପଥି, ପ୍ରକୃତି ମିତ୍ର ପ୍ରଶାନ୍ତ ମହାକୁର, ନରେନ୍ଦ୍ର କବାଟ ଓ ମନରଂଜନ ପୁରୋହିତ ଉପସ୍ଥିତ ଥିଲେ ।