କଂଗ୍ରେସ ଓ ବିଜେଡି ମୁଖିଆଙ୍କ କୁଶପୁତ୍ତଳିକା ଦାହ ସହିତ ବିକ୍ଷୋଭ କଲା ଜିଲ୍ଲା ବିଜେପି
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ବିଜେପି ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳ ପକ୍ଷରୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏବଂ କଂଗ୍ରେସର ମୁଖିଆ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଜେପି ର ଅଭିଯୋଗ ବିଜେଡି ଓ କଂଗ୍ରେସର ନେତା ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଛନ୍ତି। ତେଣୁ ଏହି ଦୁଇ ଦଳ ନାରୀ ନିର୍ଯ୍ୟାତନା ନେଇ ଯେଉଁ ଆନ୍ଦୋଳନ କରୁଛନ୍ତି ତାହା ମୂଲ୍ୟହୀନ ତଥା ଧର୍ମକୁ ଆଖି ଠାର ବୋଲି କହି ବିଜେପି ଏହି ବିକ୍ଷୋଭ କରିଛି। ସେତିକି ନୁହେଁ ରାଜ୍ୟବାସୀଙ୍କ ନିକଟରେ ଉଭୟ ଦଳର ଅସଲ ଚରିତ୍ର, ସ୍ୱଭାବ ଓ ମାନସିକତାକୁ ସାଧାରଣ ଜନତାଙ୍କ ସମ୍ମୁଖକୁ ଆଣିବା ପାଇଁ ଏହି ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି ବୋଲି କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବମହାନ୍ତକହିଛନ୍ତିବିକ୍ଷୋଭରେ ସାମିଲ ନେତା ମାନେ କହିଛନ୍ତି ଯେ, ମହିଳା ଦୁଷ୍କର୍ମ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଦଳ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ନିଜ ଶାସନ କାଳର ଅପକର୍ମ ଓ କୁକର୍ମକୁ ଜନମାନସରୁ ଦୁରେଇ ରଖିବା ପାଇଁ ଉଭୟ କଂଗ୍ରେସ ଏବଂ ବିଜେଡି ଦଳ ଅପପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏହା ଅତ୍ୟନ୍ତ ଲଜ୍ୟାଜନକ ବୋଲି ବିଜେପି ଜିଲ୍ଲା ସଭାପତି କହିଛନ୍ତି । ବିଜେପି ସରକାର ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ଓ ସମର୍ପିତ ସରକାର । ମହିଳା ସୁରକ୍ଷା ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଶକ୍ତ,ତ୍ୱରିତ ଏବଂ ସଚେତନଧର୍ମୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତମାନ ବିଜେପି ସରକାରର କଡା ଅଭିମୁଖ୍ୟ ଦେଖି ରାଜ୍ୟର ମା ଓ ଭଉଣୀଙ୍କ ଆତ୍ମବିଶ୍ୱାସ ବଢିଛି। ରାଜ୍ୟର ମା ଓ ଭଉଣୀମାନଙ୍କୁ ନ୍ୟାୟ ଓ ସମ୍ମାନ ଦେବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ କହିଛନ୍ତି ।ଏହି ବିକ୍ଷୋଭରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଉପସଭାପତି ଗୋପୀନାଥ ରାମ, ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ର ସଭାପତି ମମତା ସିଂ, କେନ୍ଦୁଝର ନଗର ମଣ୍ଡଳ ପୂର୍ବତନ ସଭାପତି ବିଶ୍ୱଜିତ ତ୍ରିପାଠୀ ସମସ୍ତ ମଣ୍ଡଳ ସଭାପତି,ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମେତ ଜିଲ୍ଲା ସଂଗଠନର ସମସ୍ତ ମୋର୍ଚ୍ଚା ର ନେତୃବୃନ୍ଦ ଏବଂ ସହସହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।