ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ
ବାଲେଶ୍ୱର(ସରୋଜ ପଣ୍ଡା) ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଇଁଚା ପଂଚାୟତରେ ଏକାଧିକ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ମାଧ୍ୟମରେ ଜନସାଧାରଣଙ୍କ ପାଇଁ ବିକାଶର ନୂତନ ପଥ ପ୍ରଦର୍ଶନ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଅନ୍ତର୍ଗତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବଇଁଚା ଆଦିବାସୀ ସାହିରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଶ୍ରୀ ଦତ୍ତ। ଏଥିପାଇଁ ମୋଟ ୩ଲକ୍ଷ ୯୨ ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ସେହିପରି ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଅନ୍ତର୍ଗତ ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ତୁଟାପାଳ ପଡ଼ିଆରେ ଓପନ ଜିମ୍ ଓ ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଘୋଡପଦା ଭାଗବତ ମଣ୍ଡପର ଉନ୍ନତିକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ ବିଧାୟକ ଶ୍ରୀ ଦତ୍ତ। ରାଜ୍ୟର ଲୋକପ୍ରିୟ ତଥା ଲୋକଙ୍କ ସରକାର ଲୋକଙ୍କ ହିତ ପାଇଁ ସର୍ବଦା ପ୍ରୟାସରତ ଅଛନ୍ତି ବୋଲି ସେ ଏହି ଅବସରରେ ମତ ଦେଇଛନ୍ତି । ଉତ୍ତମ ଗୁଣବତ୍ତା ଓ ସଠିକ୍ ମାନଦଣ୍ଡରେ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ବଇଁଚା ସରପଞ୍ଚ ରବିନାରାୟଣ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ରାଜେନ୍ଦ୍ର ଚାଟାର୍ଜୀ, କାହ୍ନୁ ମହାଳିକ, ନାଏବ ସରପଞ୍ଚ ସୁଭଦ୍ରା ଖଟୁଆ, ଶ୍ରୀନିବାସ ମହାଳିକ, ପ୍ରଶାନ୍ତ ବେହେରା, ରାଜକିଶୋର ଖଟୁଆ, ଅମ୍ବିକା ବେହେରା, ରାଧାକୃଷ୍ଣ ପ୍ରଧାନ, ବୈଦ୍ୟନାଥ ବେହେରା, ରାଜେନ୍ଦ୍ର ମାଝୀ, ନିବେଦିତା ସେଠି, ରାକେଶ ଖୁଣ୍ଟିଆ, ଭୀମକାନ୍ତ ତରେଇ, ଅନନ୍ତ ମହାପାତ୍ର, ଅଶୋକ ଖଟୁଆ, ଅଶୋକ ଓଝା, ମାନସୀ ମାଝୀ, ଗାୟତ୍ରୀ ମାଝୀ ପ୍ରମୁଖ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବଇଁଚା ପଂଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଂଚଳବାସୀ ବେଶ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ଦୀର୍ଘ ଦିନର ଆଶା ପୂରଣ ହେବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି । ନିର୍ବାଚନ ସମୟର ପ୍ରତିଶୃତି ରକ୍ଷା କରିବାକୁ ବିଧାୟକ ମାନସ ଦତ୍ତଙ୍କ ପଦକ୍ଷେପକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି ।