ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ବୃତିଶୈଳୀକୁ ପରିଦର୍ଶନ କଲେ ୟୁରୋ ସ୍କୁଲ ଛାତ୍ରଛାତ୍ରୀ

ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲର ଛାତ୍ରଛାତ୍ରୀ ଶୁକ୍ରବାର ଅଧ୍ୟୟନ ଭ୍ରମଣରେ ଉପକୂଳବର୍ତୀ ଅଂଚଳରେ ମତ୍ସ୍ୟଜୀବୀମାନେ କିପରି ଦୈନନ୍ଦିନ ସେମାନଙ୍କ ଜୀବନଜୀବିକା କାର୍ଯ୍ୟ ବୃତିଶୈଳୀକୁ ପରିଦର୍ଶନ କରିଛନ୍ତି । ୟୁରୋ ସ୍କୁଲର ୪ର୍ଥ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀ ଶିକ୍ଷୟିତ୍ରୀ ଗ୍ଲୋରି ମରସିଓସ  ଏବଂ ସୋନାଲି ସାହୁ ଙ୍କ ନେତୃତ୍ୱରେ ଆର୍ଯ୍ୟପଲ୍ଲୀ ଗୋପାଳପୁର ବନ୍ଦର ପରିସରରେ ଥିବା ମାଛମରା ଜେଟିକୁ ଅଧ୍ୟୟନ ଭ୍ରମଣ ପାଇଁ ଗସ୍ତ କରିଥିଲେ । ଉପକୂଳ ଅଚଂଳରେ ଥିବା ମତ୍ସ୍ୟଜୀବୀମାନେ କିପରି ସେମାନଙ୍କ ଦୈନନ୍ଦିନ ବୃତିକୁ ନିକଟରେ ପରିଦର୍ଶନ କରିଛନ୍ତି । ସମ୍‌ୁଦ୍ର ଭିତରେ ମତ୍ସ୍ୟଜୀବୀମାନେ କିପରି ଡଙ୍ଗା ତଥା ବୋଟ୍ ମାଧ୍ୟମରେ ମାଛ ମାରିବାକୁ ଯାଉଛନ୍ତି । ସମୁଦ୍ରରୁ ଜାଲ ଦ୍ୱାରା ମାଛ ଧରି ଜେଟିକୁ କିପରି ଆଣୁଛନ୍ତି । ଜାଲରେ ପଡିଥିବା ବିଭିନ୍ନ ରକମର ମାଛକୁ କିପରି ଅଲଗା ଅଲଗା କରିଥାନ୍ତି । କେଉଁ ମାଛକୁ ବରଫ ବାକ୍ସରେ ରଖୁଥାନ୍ତି ଆଉ କେଉଁ ମାଛ ଗୁଡିକୁ ଜେଟି ଉପରେ ରଖିଥାନ୍ତି । କେଉଁ ମାଛକୁ ଶୁଖୁଆ କରିବା ଲାଗି ଜେଟିରେ ଶୁଖାଉଥାନ୍ତି ଏବଂ ଜେଟିକୁ ମାଛ ଧରି ଆସିବା ବେଳେ ମାଛ କିଣିବା ପାଇଁ ବ୍ୟବସାୟୀମାନଙ୍କ ତତ୍ପରତା ଏସମସ୍ତ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀମାନେ ନିକଟରେ ପରିଦର୍ଶନ କରିଥିଲେ । ଉପକୂଳବର୍ତୀ ଅଂଚଳରେ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା କିପରି ନିର୍ଭରଶୀଳ ରହିଥାଏ ଏ ବିଷୟ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ବେଶ୍ ଉପକୃତ ହୋଇପାରିବ ଆଶା ନେଇ ସ୍କୁଲ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସ୍କୁଲର ପୃଷ୍ଠପୋଷକ ସସ୍ମିତା ମହାପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ