ଆସିଛି ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ: ଦିଲ୍ଲୀ ଯିବେ ଲକ୍ଷପତି ଦିଦି ଏସ ଜ୍ୟୋତି
ଛତ୍ରପୁର, (ଓ୍ବାଇଏନଏସ): ଅଗଷ୍ଟ ୧୫ ତଥା ସ୍ୱାଧିନତା ଦିବସ ରେ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତକାର୍ଯ୍ୟକ୍ରମରେ ଯୋଗଦେବେ ଗଂଜାମ ଜିଲ୍ଲାର ଲକ୍ଷପତି ଦିଦି ତଥା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ. ଜ୍ୟୋତି ରେଡ୍ଡୀ । ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସୋମବାର ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଏସ. ଜ୍ୟୋତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ । ଏହା ସହ ସେ ଗଞ୍ଜାମ ର ନାମ ରଖିଥିବା କଥା ମଧ୍ୟ ଜିଲ୍ଲାପାଳ ତାଙ୍କୁ କହିଥିଲେ । ଏହି ଅବସରରେ ଓଡିଶା ଜୀବିକା ମିଶନର ଡିପିଏମ ସନ୍ତୋଷ ରଥ ଓ ଛତ୍ରପୁର ବ୍ଲକର ବିପିଏମ ମାନୀନୀ ଜେନା ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସୂଚନା ଥାଉ କି, ଏସଜ୍ୟୋତି ରେଡ୍ଡୀ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେଖାଇଛନ୍ତି । ତାଙ୍କର କର୍ତ୍ତବ୍ୟନିଷ୍ଠ ଓ ପରିଶ୍ରମ ବଳରେ ସେ ଲକ୍ଷପତି ଦିଦି ହେବାର ସେ ସୈାଭାଗ୍ୟ ଅର୍ଜନ କରିଛନ୍ତି । ସେ ପ୍ରଥମେ ୨୦୦୮ ମସିହାରେ ମା ସମଲେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀରେ ସାମିଲ ହୋଇ ଘରକୁ ଘର ବୁଲି ବିଦ୍ୟୁତ ଦେୟ ସଂଗ୍ରହ କରୁଥିଲେ । ପରେ ମିଶନ ଶକ୍ତି ଜରିଆରେ ନିଜେ ଋଣ ନେଇ କୁକୁଡା ଚାଷ, ମାଛ ଚାଷ ଆଦି କରି ଉତ୍ତମ ରୋଜଗାର କରିପାରିଛନ୍ତି । ଏବେ ତାଙ୍କର ବାର୍ଷୀକ ଆୟ ୪ ଲକ୍ଷରୁ ଅଧିକ ଥିବା ଯୋଗୁଁ ସେ ଲକ୍ଷପତି ଦିଦି ହୋଇପାରିଛନ୍ତି । ଏଣୁ ତାଙ୍କୁ ଅଗଷ୍ଟ ୧୫ ତାରିଖ ଦିନ ରାଷ୍ଟ୍ରପତିଙ୍କ ଭବନକୁ ଯିବା ପାଇଁ ନିମନ୍ତ୍ରଣ ଆସିଛି । ସେ ଏଥିରେ ବହୁତ ଖୁସି ଥିବା ସହ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହଯୋଗ ଏବଂ ନିଜ ଉଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ।