ବିଭାଜନ ବିଭୀଷିକା ସ୍ମୃତି ଦିବସ କାର୍ଯ୍ୟକ୍ରମ ରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଗୁରୁବାର ଅନୁଷ୍ଠିତ ବିଭାଜନ ବିଭୀଷିକା ସ୍ମୃତି ଦିବସ ଆଲୋଚନା ଚକ୍ର ରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଯୋଗଦେଇଥିବା ବେଳେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡ଼ା ଫକୀର ମୋହନ ନାଏକ, କେନ୍ଦୁଝରଗଡ଼ ପୌରପାଳିକା ଅଧକ୍ଷା ନିକୁ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ପ୍ରମୁଖ ମଞ୍ଚାସିନ ହୋଇ ଭାରତ ସ୍ୱାଧୀନତା ର ପୂର୍ବ ଦିନ ଅଗଷ୍ଟ ୧୪ ତାରିଖରେ ଯେଉଁଭଳି ବିଭାଜନ ବିଭୀଷିକା ହୋଇଥିଲା ତାହାକୁ ମନେପକାଇ ସେହି ମୁହୂର୍ତ୍ତର ସ୍ମୃତି ଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ଦେବ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ କେନ୍ଦୁଝର ମାଇନିଙ୍ଗ ରୋଡ଼ ସ୍ଥିତ ରାମ ମନ୍ଦିର ନିକଟରୁ ବିଭାଜନ ବିଭୀଷିକା ସ୍ମୃତି ଉଦ୍ଦେଶ୍ୟରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ହାତରେ କେଣ୍ଡେଲ ଧରି ନିରବ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଥିଲେ।