ଘୁଞ୍ଚିଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା: ସାନି ପରୀକ୍ଷା ନେଇ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

କଟକ,(ଓ୍ବାଇଏନଏସ): ସ୍ଥଗିତ ରହିଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଲା ମାଧ୍ୟମିକ ଶିକ୍ଷା ପରିଷଦ। ସାନି ପରୀକ୍ଷା ନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛି ବିଏସଇ। ସୂଚନାଥାଉକି, ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିଲା ସ୍ୱତନ୍ତ୍ର ଓଟିଇଟି-୨୦୨୫। ହେଲେ ପରୀକ୍ଷାର ଠିକ ପୂର୍ବଦିନ ରାତିରେ ଅପ୍ରତ୍ୟାଶିତ ଭାବରେ ବାତିଲ କରାଯାଇଥିଲା । ଏଭଳି କରିବାର କାରଣ ଥିଲା ପ୍ରଶ୍ନପତ୍ର ଲିକ୍ ହେବା। ଏମିତିରେ ଏହି ଘଟଣାର ତଦନ୍ତ ଭାର ଯାଇଥିଲା କ୍ରାଇମବ୍ରାଞ୍ଚ ହାତକୁ। କ୍ରାଇମବ୍ରାଞ୍ଚ ତଦନ୍ତକ୍ରମେ ବୋର୍ଡ ର ଉପସଭାପତି ନିହାର ମହାନ୍ତି, ବୋର୍ଡ କାର୍ଯ୍ୟାଳଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତେନ୍ ମହାରଣା, ରାୟଗଡ଼ା ଜିଲ୍ଲାର ଏକ୍ସ କ୍ୟାଡ୍‌ର ଶିକ୍ଷକ ସଂଘ ସଭାପତି ବିଜୟ ମିଶ୍ରଙ୍କ ସମେତ ୮ ଜଣକୁ ଗିରଫ କରିଥିଲା। ବୁଧବାର ମଧ୍ୟ ଦୁଇ ଦିନିଆ ରିମାଣ୍ଡ୍‌ରେ ଆସିଥିବା ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ ମହାରଣା ଓ ରାୟଗଡ଼ା ଜିଲ୍ଲାର ଏକ୍ସ କ୍ୟାଡ୍‌ର ଶିକ୍ଷକ ସଂଘ ସଭାପତି ବିଜୟ ମିଶ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ବୁଧବାର ଚୌଦ୍ୱାର ଜେଲ୍‌ରେ ନେଇ ଛାଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ