ଆଣ୍ଟିରାଗିଂ ସପ୍ତାହ ପାଳିତ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଆଣ୍ଟିରାଗିଂ ସପ୍ତାହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ସଭାପତିତ୍ୱରେ ଏବଂ ବାଣିଜ୍ୟ ବିଭାଗ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ତିନିଶହରୁ ଉର୍ଦ୍ଧ୍ୱ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରାଗିଂ ସମ୍ପର୍କରେ ସଚେତନ କରାଯାଇଥିଲା। ମହାବିଦ୍ୟାଳୟର କୈାଣସି ଛାତ୍ର କିମ୍ବା ଛାତ୍ରୀଙ୍କୁ ଶାରିରୀକ, ମାନସିକ ବା ଆର୍ଥିକ ଭାବରେ ରାଗିଂ ନକରିବାକୁ ପରାମର୍ଶ ଦିଆଯାଇଥିଲା। ଯଦି କୈାଣସି ଛାତ୍ର ବା ଛାତ୍ରୀ ଏଭଳି କୈାଣସି ରାଗିଂର ସମ୍ମୁଖୀନ ହୁଅନ୍ତି ତେବେ ତୁରନ୍ତ ଏସମ୍ପର୍କରେ ମହାବିଦ୍ୟାଳୟର ଆଣ୍ଟି ରାଗିଂ ସେଲକୁ ଜଣାଇବାକୁ ପରାମର୍ଶ ଦିଆଯାଇଥିଲା। ଚଳିତମାସ ୧୨ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟରେ ଏହି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇ.କ୍ୟୁ.ଏ.ସି. ସଂଯୋଜକ ଡ. ଦୀପ୍ତି ରାୟ, ବାଣିଜ୍ୟ ବିଭାଗ ମୁଖ୍ୟ ୱାଇ. ପଦ୍ମାବତୀ, ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ, ଡ. ସୁରେଶ ଚନ୍ଦ୍ର ଦାସ, ମନୋଜ ପ୍ରଧାନ, ବାବୁଲା ବେହେରା, ଗିରିଶ କୁମାର ସାହୁ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଣ୍ଟିରାଗିଂ ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିବା ସହ ସଚେତନ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ