ବାଲିଭଉଁରୀ-ଶିଖରଘାଟ ରାସ୍ତାର ମରାମତି କାର୍ଯ୍ୟ

ନାଉଗାଁ,(ଓ୍ବାଇଏନଏସ): ପୂର୍ତ ବିଭାଗ ଅଧିନ ବାଲିଭଉଁରୀ-ଶିଖରଘାଟ ରାସ୍ତାଟି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ମୁଖ୍ୟ ରାସ୍ତା ଅଟେ। ଏହି ରାସ୍ତାର ମରାମତି କାର୍ଯ୍ୟ ଅତିନିମ୍ନମାନର ହୋଇଥିବାରୁ ରାସ୍ତାରୁ ପିଚୁ ଓ ଗୋଡି ଉଠିଯାଇ ରାସ୍ତାଟି ଶୋଚନୀୟ ହୋଇପଡିଥିଲା। ସାମାନ୍ୟ ବର୍ଷାରେ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ବର୍ଷା ପାଣି ଜମି ରହିବା ହେତୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳିଥିଲା। ଫଳରେ ବିଭାଗ ପକ୍ଷରୁ ମଙ୍ଗଳବାର ଠାରୁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଗୁଡିକରେ କ୍ରସର ଡଷ୍ଟ ଓ ମେଟାଲ ମିଶାଯାଇ ଖାଲ ଗୁଡିକରେ ପକା ଯାଇ ମରାମତି କରାଯାଉଛି। ହେଲେ ଗୋଟିଏ ଦିନରେ ସାମାନ୍ୟ ବର୍ଷାରେ ରାସ୍ତାରେ ପକା ଯାଇଥିବା ଡଷ୍ଟ ଧୋଇ ଯିବା କରାଣରୁ ପୁର୍ନବାର ରାସ୍ତାରେ ଖାଲ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏହି ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥଳେ ବିଭାଗୀୟ ଅଧିକାରୀମାନେ କ’ଣ ପାଇଁ ଚୁପ୍ ବସି ରହିଛନ୍ତି, ତାହା ସ୍ତାନୀୟ ଅଂଚଳରେ ପ୍ରମୁଖ ଆଲୋଚନାର ବିଷୟ ପାଲଟିଛି। ଏହି ରାସ୍ତାର ମରାମତି କାର୍ଯ୍ୟ ଅତିନିମ୍ନମାନର ହେଉଥିବା ନେଇ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ନ ଥିବା ନବନିର୍ମାଣ କୃଷକ ସଂଗଠନର ଜଗତସିଂହପୁର ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି। ଏହି ରାସ୍ତା କାମର ଉପଯୁକ୍ତ ତଦନ୍ତ କରାଯିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନାଉଗାଁ ଜନସ୍ୱାର୍ଥ ସୁରକ୍ଷା କମିଟିର ସଂପାଦକ କମ୍ରେଡ ସୁବାସ ସ୍ୱାଇଁ କ୍ଷୋଭର ସହ ମତବ୍ୟକ୍ତ କରିଛନ୍ତି। ଏସଂର୍ପକରେ ବିଭାଗୀୟ ଏସଡିଓ ଅଶୋକ ଜେନାଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ