କେଏମ୍ ଆରଏସର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ରାଇକିଆ,(ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲ୍ ରେ ଯୁକ୍ତ ଦୁଇ ର ନୂତନ ଭାବେ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ଏବଂ ଷଷ୍ଠ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରିନସିପଲ୍ ଜଗଦୀଶ ମହାକୁଡ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଡବ୍ଲୁଇଓ ଉର୍ମିଳା ପ୍ରଧାନ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷା ସରସ୍ୱତୀ ପ୍ରଧାନ ଯୋଗ ଦେଇ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଶୃଙ୍ଖଳା କିପରି ସଫଳତା ଆଣି ଦିଏ ସେ ନେଇ କହିଥିଲେ । ଏହି ଅବସର ରେ ଛାତ୍ର ଛାତ୍ରୀ ମାନକୁ ୱେଲକମ୍ କିଟ୍, ଖାତା , ପେନ୍, ୱାଟର ବୋତଲ ପ୍ରଦାନ କରାଯାଇଥିଲା । ଶିକ୍ଷକ ସଚ୍ଚିଦାନନ୍ଦ ସ୍ୱାଇଁ, ଜିତେନ୍ଦ୍ର କୁମାର ପାତ୍ର, ବିବନ ରଣ ସିଂହ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।