ରାସ୍ତା ମାରମତି ପାଇଁ ଗ୍ରାମବାସୀଙ୍କ ଦାବି
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଏନଏସି ଅନ୍ତର୍ଗତ ୫ନମ୍ବର୍ ୱାର୍ଡ ଡାଳିମ୍ବଗୋରଡି ଗ୍ରାମ ରାସ୍ତା ଖାଲ ଖମା ସହ ରାସ୍ତା ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଡ୍ରେନେଜ୍ ଓ ନିଷ୍କାସନ ବ୍ୟବସ୍ଥା ନଥିବାରୁ ରାସ୍ତା ମଝିରେ ଜମୁଛି ବର୍ଷା ଜଳ। ଗ୍ରାମ ର ଲୋକ ମାନେ ଯିବା ଆସିବା କରିବାପାଇଁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏଥି ସହ ଅସ୍ୱାସ୍ଥ୍ୟକର ପରିବେଶ ହେତୁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବାର ଆଶଂକା ରହିଅଛି । ଦୀର୍ଘ ବର୍ଷ ହେବ ରାସ୍ତା ମରାମତି କିମ୍ବା ଉନ୍ନତିକରଣ ହେଉନଥିବାରୁ କଂକ୍ରିଟ ରାସ୍ତା ଫାଟି ଗଲାଣି। ଏଥି ପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ସମେତ ସମାଜ ସେବୀ ଦେବପ୍ରସାଦ ବେଉରା ସାମ୍ବାଦିକ ଗଣେଶ ଚନ୍ଦ୍ର ବେହେରା ଦାବି କରିଛନ୍ତି ।


