ନିଟ୍‍ ପିଜିରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସଂଗ୍ରାମଙ୍କ ସଫଳତା

ଆସିକା (ୱାଇଏନ୍‍ଏସ୍‍): ନ୍ୟାସନାଲ୍‍ ବୋର୍ଡ ଅଫ୍‍ ଏକ୍‍ଜାମିନେସନ୍‍ ଇନ୍‍ ମେଡିକାଲ ସାଇନ୍ସେସ୍‍ (ଏନ୍‍ବିଇଏମ୍‍ଏସ୍‍) ପକ୍ଷରୁ ନିଟ୍‍ ପିଜି-୨୦୨୫ର ଫଳାଫଳ ପ୍ରକାଶ ପାଇସାରିଛି । ଏହି ପରୀକ୍ଷାରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଯୁବ ଡାକ୍ତର ସଂଗ୍ରାମ କେଶରୀ ସାହୁ ସର୍ବଭାରତୀୟ ସ୍ତରରେ ୧୩୦୯୫ ର‌୍ୟାଙ୍କ ରଖି ସଫଳତା ପାଇବା ବିଷୟ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ସର୍ବଭାରତୀୟ ନିଟ୍‍ ପିଜି ପ୍ରବେଶିକା ପରୀକ୍ଷାରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଏମ୍‍ବିବିଏସ୍‍ ଡାକ୍ତର ସଂଗ୍ରାମ କେଶରୀ ସାହୁ ସଫଳତା ପାଇ ଆସିକା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି ବୋଲି ମତ ପ୍ରକାଶ ପାଉଛି । ଡାକ୍ତର ସଂଗ୍ରାମ କେଶରୀ ସାହୁଙ୍କ ଘର ଆସିକା ଏନ୍‍ଏସି ଅଧୀନସ୍ଥ କଳିଙ୍ଗ ରୋଡ ଅଞ୍ଚଳରେ ହୋଇଥିଲା ବେଳେ ଏହି ସଫଳତା ଆସିକା ଉପଖଣ୍ଡ ଚିକିତ୍ସାଳୟ ପାଇଁ ସୁନାମ ଆଣିବା ସାଙ୍ଗକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ଉଜ୍ଜଳ ଭବିଷ୍ୟତ କାମନା କରାଯାଉଥିବା ଦେଖିବାକୁ ମିଳୁଛି । ନିଟ୍‍ ପିଜି ପରୀକ୍ଷାରେ ୧୩୦୯୫ ର‌୍ୟାଙ୍କ ହାସଲ କରିଥିବା ଆସିକା ଉପଖଣ୍ଡ ଚିକିତ୍ସାଳୟର ଏମ୍‍ବିବିଏସ୍‍ ଡାକ୍ତର ସଂଗ୍ରାମ କେଶରୀ ସାହୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିକହିଛନ୍ତି ନିଟ୍‍ ପିଜି ପ୍ରବେଶିକା ପରୀକ୍ଷାରେ ଭଲ କରିଥିବାରୁ ଫଳାଫଳକୁ ନେଇ ସେ ବେଶ୍‍ ଆଶାବାଦୀ ଥିଲେ ଓ ଏହି ପରୀକ୍ଷା ପାଇଁ ସେ ଗତ ୨୦୨୪ ମସିହା ସେପ୍ଟେମ୍ବର ମାସରୁ ପ୍ରସ୍ତୁତି ଆରମ୍ଭ କରିଥିଲେ ହେଁ ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରା, ଡାକ୍ତର ଦୀପକ କୁମାର ସାମନ୍ତରାୟ, ଡାକ୍ତର ଗୋପାଳ ଚନ୍ଦ୍ର ପାତ୍ରଙ୍କ ମାର୍ଗଦର୍ଶନ ଓ ପ୍ରେରଣା ଯୋଗୁଁ ଏହି ସଫଳତା ପାଇବାରେ ସକ୍ଷମ ହୋଇପାରିଛନ୍ତି । ଆସିକା ସହରର କଳିଙ୍ଗରୋଡ ଅଞ୍ଚଳର ଜଣାଶୁଣା ଆଧ୍ୟାତ୍ମିକପ୍ରେମୀ ଶଙ୍କର ସାହୁ ଓ ଅନ୍ନଦା ସାହୁଙ୍କ ସୁପୁତ୍ର ଡାକ୍ତର ସଂଗ୍ରାମ କେଶରୀ ସାହୁ ନିଟ୍‍ ପିଜି ପରୀକ୍ଷାରେ ସଫଳତା ପାଇବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଡାକ୍ତର ସଂଗ୍ରାମ କେଶରୀ ସାହୁ ଆସିକା ସହରର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆରିୟନ୍‍ ପବ୍ଳିକ୍‍ ସ୍କୁଲରେ ଦଶମ ଶ୍ରେଣୀ ଶିକ୍ଷା ଶେଷ ପରେ ବ୍ରହ୍ମପୁରର ଡିଏଭି ସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ ଅଧ୍ୟୟନ କରିଥିଲେ । ପିଲାଟି ଦିନରୁ ରୋଗୀସେବା କରିବା ଲକ୍ଷ୍ୟରେ ମେଡିକାଲ୍‍ ଶିକ୍ଷା ପ୍ରତି ଆଗ୍ରହ ଓ ରୁଚି ରଖି ଭଲ ପାଠ ପଢି ଏମ୍‍ବିବିଏସ୍‍ ଶିକ୍ଷା ସମାପ୍ତ ପରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ନିଯୁକ୍ତି ପାଇ କାର୍ଯ୍ୟରତ ଥାଇ ପ୍ରଥମ ଚେଷ୍ଟାରେ ନିଟ୍‍ ପିଜିରେ ସର୍ବଭାରତୀୟ ସ୍ତରରେ ୧୩୦୯୫ ର‌୍ୟାଙ୍କ ରଖିଥିବା ଜଣାପଡିଛି । ନିଜର ଦୃଢ ଇଛାଶକ୍ତି, ଆତ୍ମ ବିଶ୍ୱାସ, କଠିନ ପରିଶ୍ରମ ସାଙ୍ଗକୁ ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରା, ଡାକ୍ତର ଦୀପକ କୁମାର ସାମନ୍ତରାୟ, ଡାକ୍ତର ଗୋପାଳ ଚନ୍ଦ୍ର ପାତ୍ରଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ରୋଗୀସେବାରୁ ହିଁ ଅନେକ ଅଭିଜ୍ଞତା ପାଇ ନିଟ୍‍ ପିଜି ପ୍ରବେଶିକା ପରୀକ୍ଷା ଦେଇ ଏହି ସଫଳତା ପାଇଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ