ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ରକ୍ତଦାନ ଶିବିର

ଛତ୍ରପୁର: “ବିଶ୍ୱ  ଭ୍ରାତୃତ୍ବ ଦିବସ ”  : ରାଜ ଯୋଗିନୀ ଦାଦୀ ପ୍ରକାଶ ମଣିଙ୍କ ୧୮ତମପୁଣ୍ୟ ତିଥି ଉପଲକ୍ଷେ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାନ୍ତି ଅନୁଭୁତି ଭବନ ଛତ୍ରପୁର ଶାଖା ପକ୍ଷରୁ ରବିବାରରେ ଏକ ରକ୍ତଦାନ ଶିବିରରୁ ମୋଟ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଯାଇଛି । ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାନ୍ତି ଅନୁଭୁତି ଭବନ ଛତ୍ରପୁର ଶାଖାର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ରକ୍ତଦାନ ଭଳି ମହତ୍ କାର୍ଯ୍ୟକୁ ଆୟୋଜିତ କରିଥିବା ନେଇ ବିଧାୟକ ଶ୍ରୀ ନାୟକ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ,  ଆଇନଜୀବୀ ଡଃ ପ୍ରଶାନ୍ତ କୁମାର ଶତପଥୀ, ଯୁବ ନେତା ବନୋଜ କୁମାର ନାହାକ,   ସଞ୍ଜିତ୍ କୁମାର ରାଉଳ ଓ  ଡ଼ି. ସୁରେଶ ରେଡ୍ଡୀ,    ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା କାଉନ ସିଲର ଦେବାଶିଷ ମିଶ୍ର, ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ବସନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, ଭଗବାନ ଦାଶ, ପ୍ରଶାନ୍ତ କୁମାର ମହାରଣା ଓ ସନ୍ତୋଷ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ  ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାନ୍ତି ଅନୁଭୁତି ଭବନ ଛତ୍ରପୁର ଶାଖାର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ, ବ୍ରହ୍ମକୁମାରୀ ରଜନୀକାନ୍ତ ପଟ୍ଟନାୟକ, ସିମାଂଚଳ ଦାଶ, ବାଲକୃଷ୍ଣ, ଗୋପାଳ ସାମନ୍ତରାୟ, କବିରାଜ ବେହେରା, ପଙ୍କଜ କୁମାର ନାୟକ ଓ ବ୍ରହ୍ମକୁମାରୀ ମାମାଲି, ଭାଗ୍ୟ, ପିଙ୍କି, ସବିତା, ଦୀପା ପ୍ରମୁଖ ଭାଇଭଉଣୀ ଶିବର ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ