ଦୁଇ ବର୍ଷ ୧୧ମାସର ଶିଶୁ ଇଣ୍ଡିଆନ ବୁକ୍ ଅଫ ରେକର୍ଡର ଅଧିକାରୀ

ହାଟଡିହି (ଓ୍ବାଇଏନଏସ): ବୟସ ମାତ୍ର ଦୁଇ ବର୍ଷ ୧୧ମାସ। ଭଲ ସେ କଥା କହି ପାରୁ ନଥିବା ବେଳେ ଦରୋଟି ଭାଷାରେ ୧୬ଟି ବିଭାଗରେ ନିଜର ପାରଦର୍ଶିତା ଦେଖାଇଇ ଣ୍ଡିଆନ ବୁକ୍ ଅଫ ରେକର୍ଡ ର ଅଧିକାରୀ ହୋଇ ପାରିଛନ୍ତି ଶାଳଣିଆଁ ଗ୍ରାମର  ଆୟନ ଅଭିରୁପ ସାହୁ। ବାପା ମନୋଜ କୁମାର ସାହୁ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ମାତା ମୋନାଲିଶା ସାହୁ ଜଣେ ଉଚ୍ଚ ଶିକ୍ଷିତ ଗୃହିଣୀ। ଆୟନ ଅଭିରୁପ ଦୁଇ ବର୍ଷ ର ହୋଇଥିବା ବେଳେ ତାକୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବେ ଚିହ୍ନଟ କରିପାରୁ ଥିବାରୁ ମା ମୋନାଲିଶା ତାର ଧିଶକ୍ତି ବାବଦରେ ଜାଣି ତାକୁ ଅଧିକ ଶିକ୍ଷା ଦେଇଥିଲେ। ଯାହା ଫଳରେ ସେ ବିଭିନ୍ନ ପନିପରିବାକୁ ନିର୍ଭୁଲ ଭାବରେ ଚିହ୍ନଟ କରିବା ସହିତ ବିଭିନ୍ନ ଫଳର ନାମ, ବିଭିନ୍ନ କୀଟ ପତଙ୍ଗ, ପଶୁପକ୍ଷୀ, ବିଭିନ୍ନ ବାର, ମାସ, ଋତୁ ଆଦିକୁ ଇଂରାଜୀରେ ସ୍ପଷ୍ଟ କହି ଦେଉଥିଲା। ଏନେଇ ମୋନାଲିସା ଗୁଗଲରେ ଇଣ୍ଡିଆନ୍ ବୁକ୍ ଅଫ ରେକର୍ଡ଼ ସମ୍ପର୍କରେ ଜାଣିବା ପରେ ତାଙ୍କ ପୁଅ ପାଇଁ ଆବେଦନ କରିଥିଲେ। ଏବଂ ଆୟନ ଅଭିରୁପର ସମସ୍ତ ସଫଳତାର ଭିଡିଓ ରେକର୍ଡ଼ କରି ପଠାଇବା ପରେ ତାହା ବିଚାରକଙ୍କ ଦ୍ୱାରା ସ୍ବୀକୃତି ଲାଭ କରିଥିଲା। ଗତକାଲି ଇଣ୍ଡିଆନ ବୁକ୍ ଅଫ ରେକର୍ଡରେ ସ୍ଥାନ ହାସଲ କରିଥିବା ନେଇ ତାଙ୍କ ପାଖକୁ ମେଡାଲ, ମାନପତ୍ର ସହିତ ଇଣ୍ଡିଆନ ବୁକ୍ ଅଫ ରେକର୍ଡର ବହି ଇତ୍ୟାଦି ପ୍ରେରଣ କରିଛନ୍ତି। ଏହାକୁ ନେଇ ଜେଜେ ବାପା ଶ୍ରୀଧର ସାହୁ, ଗିରିଧାରୀ ସାହୁ, ଜେଜେମା ସାବିତ୍ରୀ ସାହୁ, ଭାରତୀ ସାହୁ, ବଡ଼ ବାପା ଅଶୋକ କୁମାର ସାହୁ, ବଡ଼ ମା ମାଳତୀଙ୍କ ସମେତ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସମଗ୍ର ଅଞ୍ଚଳରେ ପ୍ରଥମ ଥର ଦୁଇ ବର୍ଷ ୧୧ମାସର ଏକ ଶିଶୁ ଇଣ୍ଡିଆନ ବୁକ୍ ଅଫ ରେକର୍ଡର ଅଧିକାରୀ ହୋଇ ପାରିଥିବାରୁ ସମଗ୍ର ହାଟଡିହି ବ୍ଲକ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ପକ୍ଷରୁ ଆୟନ ଅଭିରୁପ ଶୁଭେଚ୍ଛାର ସୁଅ ଛୁଟିଛି। ତାର ଭବିଷ୍ୟତ ଉଜ୍ଜ୍ବଳମୟ ହେଉ ବୋଲି କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ