ପାଟଣା ଅଧିଷ୍ଟାତ୍ରୀ ଦେବୀ ମାଁ ପାଟଣେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି

ବଲାଙ୍ଗିର(ଓ୍ବାଇଏନଏସ):- ବଲାଙ୍ଗିର ପାଟଣା ଅଧିଷ୍ଟାତ୍ରୀ ଦେବୀ  ମାଁ ପାଟଣେଶ୍ୱରୀଙ୍କ ପୀଠରେ  ବିଶୁଦ୍ଧ ଲଗ୍ନ ଅନୁସାରେ ନବାନ୍ନ ଲାଗି ହୋଇଥିଲା । ପାର୍ଶ୍ୱ ଦେବାଦେବୀ ପୂଜା ସହ ମାଁ ଙ୍କ ଗୁପ୍ତନୀତି ରେ ନବାନ୍ନ ଲାଗି ପୂର୍ବକ ମହା ଆଳତି ହୋଇଥିଲା । ମାଁ ଙ୍କ ପାଖରେ ସ୍ୱତନ୍ତ୍ର ଭୋଗ ସହ ନୁଆଁ ଅନ୍ନ ଲାଗି ହୋଇଥିଲା । ମନ୍ଦିର ତରଫରୁ ଭକ୍ତମାନଙ୍କ ପାଇଁ ନବାନ୍ନ ପ୍ରସାଦ ନେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଇଷ୍ଟଦେବୀ ଙ୍କ ଲାଗି ପ୍ରସାଦ ନେଇ ଜନତା ନିଜ ଘରେ ପରିବାର ସହ ନବାନ୍ନ ଭକ୍ଷଣ କରିଥିଲେ । ନବାନ୍ନ ନେବା ପାଇଁ ଓ ଦର୍ଶକ ପାଇଁ ମନ୍ଦିରରେ ଅନେକ ଭିଡ ଲାଗିଥିଲା । ଓଡିଶା ର ଉପମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂଦେଓ, ମହାରାଣୀ ସାଂସଦ ସଂଗୀତା କୁମାରୀ ସିଂଦେଓ ମାଁ ଙ୍କ ଦର୍ଶନ କରି ନବାନ୍ନ ଗ୍ରହଣ କରିଥିଲେ । ମୁଖ୍ୟ ପୂଜକ ମଳୟ ଦିଶ୍ରୀ, ମଧୁସୁଦନ ଦିଶ୍ରୀ, ଅଭିନାଶ ଦିଶ୍ରୀ ସହଯୋଗ କରିଥିଲେ । ମନ୍ଦିର ରେ ଭକ୍ତମାନଙ୍କ ପାଇଁ ୨ହଜାର ରୁ ଉର୍ଦ୍ଧ୍ୱ ନବାନ୍ନ ଭୋଗ ପାଇଥିଲେଏହାର ଏବଂ ଭିଡ ଲାଗି ରହିଛି । ବିଭିନ୍ନ କମିଟି ସହ ଦେବାଳୟ ସୁରକ୍ଷା କମିଟି ର ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ