4 ଗୋଟି ସନ୍ତାନ ଥିବା ଯୋଗୁଁ ଗଜପତିର ନାଏବ ସରପଞ୍ଚଙ୍କ ପଦବୀ ଅସିଦ୍ଧ ଘୋଷଣା ହେଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଅଧିକ ସନ୍ତାନ ଥିବା ଯୋଗୁଁ ଜଣେ ନାଏବ ସରପଞ୍ଚଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରାଯାଇଥିବା ଜଣାପଡିଛି. ଗଜପତି ଜିଲ୍ଲା ମୋହନା ବ୍ଳକ୍ ଲିଲିଗଡ଼ ପଞ୍ଚାୟତ ନାଏବ ସରପଞ୍ଚ ସନ୍ତୋଷ ନାୟକଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି ମୋହନା ଜଏମ୍ଏଫସି ବିଚାରପତି ଶୁଭଜିତ ବେହେରା। ଅଧୂକ ସନ୍ତାନ ଥିବା ଅଭିଯୋଗର ବିଚାର କରି ସନ୍ତୋଷଙ୍କ ନାଏବ ସରପଞ୍ଚ ପଦବି ଅସିଦ୍ଧ ଘୋଷଣା କରିଛନ୍ତି. ଜେଏମ୍ଏଫ୍‌ସି କୋୖର୍ଟ ତରଫରୁ ମିଳିଥିବା ସୂଚନା ପ୍ରକାରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ଲିଲିଗଡ଼ ପଞ୍ଚାୟତର ୫ ନମ୍ବର ୱାର୍ଡର ସଦସ୍ୟ ନିର୍ବାଚନ ହୋଇଥିଲା। ଏଥିରେ ସନ୍ତୋଷ ନାୟକ ବିଜୟ ହାସଲ କରି ନାଏବ ସରପଞ୍ଚ ହୋଇଥିଲେ। ତେବେ ସନ୍ତୋଷଙ୍କ ୪ଟି ସନ୍ତାନ ଥିବା ନେଇ ତାଙ୍କ ପ୍ରତିଦ୍ଵନ୍ଦୀ ଦେବେନ୍ଦ୍ର 2022 ମାର୍ଚ୍ଚ 17 ରେ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଏହି ମାମଲାର ଶେଷ ହୋଇ ରାୟ ପ୍ରକାଶ ପାଇବା ପରେ 4 ଗୋଟି ସନ୍ତାନ ଥିବା ଯୋଗୁଁ ସନ୍ତୋଷଙ୍କ ନାଏବ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରାଗଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ