ଶୁଣିଲାନି ପ୍ରଶାସନ: ଗଜପତିରେ ଚାନ୍ଦା ଆଦାୟ କରି ରାସ୍ତା ମରାମତି କଲେ ଲୋକେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଦେଶ ସ୍ୱାଧୀନତାର 8 ଦଶନ୍ଧି ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲ୍ଲାର ବୁରୁଡ଼ା ଅଂଚଳବାସୀ. ଏହି ଗ୍ରାମ ଠାରୁ କାଶୀନଗରକୁ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘ ଦିନ ଧରି ଅତ୍ୟନ୍ତ କଦର୍ଯ୍ୟ ହୋଇ ମରଣଯନ୍ତା ପାଲଟି ଥିଲା. ଏହି ରାସ୍ତାର ପୁନଃରୁଦ୍ଧାର ପାଇଁ ସରକାର ଓ ପ୍ରଶାସନକୁ ବହୁବାର ନିବେଦନ କରିଥିଲେ ଗ୍ରାମବାସୀ. ତଥାପି କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପ୍ରତିବାଦରେ ଗ୍ରାମବାସୀମାନେ ନିଜ ନିଜ ମଧରେ ଚାନ୍ଦା ଆଦାୟ କରି ସେହି ଅର୍ଥରେ ରାସ୍ତା ମରାମତି କରିଥିବା ସୂଚନା ମିଳିଛି. ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ, ଗାଇବା ପଂଚାୟତର ବୁରୁଡ଼ା ଗ୍ରାମ ଠାରୁ କାଶୀନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା l ଯାହାକି ପାଖାପାଖି 20ରୁ ଅଧିକ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି l ଏହି ରାସ୍ତା ଦେଇ ସ୍କୁଲ, କଲେଜ, ହସ୍ପିଟାଲ ଓ ନିତିଦିନର ବଜାର ଆଦିକୁ ସବୁଦିନ ଯିବା ଆସିବା କରିଥାନ୍ତି। ଅନେକ ଥର ପ୍ରଶାସନ ଅଧିକାରୀ ମାନଙ୍କୁ ଅଭିଯୋଗ ପରେ ବି କୌଣସି ସୁଫଳ ନ ମିଳିବାରୁ ଶେଷରେ ଅଞ୍ଚଳବାସୀ ନିଜସ୍ୱ ଚlନ୍ଦା ଅର୍ଥରେ ରାସ୍ତା ନିର୍ମାଣ କଲେ.