ସେପ୍ଟମ୍ବର ୨୬ରୁ “ପ୍ରୟାସ”ର ନବରାତ୍ର ଦାଣ୍ଡିଆ ମହୋତ୍ସବ

ଭୁବନେଶ୍ୱର (ଓ୍ବାଇଏନଏସ) : ଜଗତ୍ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା’ଙ୍କୁ ସମର୍ପିତ ଦ୍ୱାଦଶ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ସେପ୍ଟେମ୍ବର ମାସ ୨୬ ରୁ ଅକ୍ଟୋବର ୨ ତାରିଖ (ସନ୍ଧ୍ୟା ୬ଟା ରୁ ୧୦ଟା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ୱରର କେନ୍ଦ୍ରସ୍ଥଳ ତଥା ମହୋତ୍ସବର ପ୍ରାଣକେନ୍ଦ୍ର ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡିଆ ପରିସରରେ ପ୍ରୟାସ ନବରାତ୍ର ଦାଣ୍ଡିଆ ସାଂସ୍କୃତିକ ବିଧିବିଧାନ ଓ ସମ୍ପୂର୍ଣ୍ଣ ପାରିବାରିକ ବାତାବରଣରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥର ୧,୬୦,୦୦୦ ବର୍ଗଫୁଟର ଜାଗା ଉପରେ ୭ ଦିନ ଧରି ଏହି ମହୋତ୍ସବ ଚାଲିବ। ୪,୮୦୦ ରେ ବିରାଟ ପ୍ଲାଟଫର୍ମ ଓ ୩୦,୦୦୦ ଊବଦ୍ଭମସଦ୍ଭଶ ଫ୍ଲୋର ସହିତ ଅତ୍ୟାଧୁନିକ ଏଲ୍‌ଇଡି ଆଲୋକ ସଜ୍ଜା, ଉନ୍ନତମାନର ଲାଇଭ ବ୍ୟାଣ୍ଡ ସହ ଆଲୋକମାଳାର ଅପୂର୍ବ ସମନ୍ୱୟ ନୃତ୍ୟାଙ୍ଗନାଙ୍କପାଇଁ ସ୍ୱତନ୍ତ୍ର ଷ୍ଟେଜ୍‌, ବିଭିନ୍ନ ଖାଦ୍ୟ ସଂସ୍ଥାମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟକର ନିରାମିଷ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ମହୋତ୍ସବର ପ୍ରତ୍ୟେକ ଦିନର ଈରଗ୍ଦଗ୍ଧ ଊବଦ୍ଭମରକ୍ସ, ଈରଗ୍ଦଗ୍ଧ ଉକ୍ଟଙ୍କକ୍ଟ୍ରକ୍ଷର, ଈରଗ୍ଦଗ୍ଧ ଉକ୍ଟଗ୍ଦଗ୍ଧଙ୍କଜ୍ଞରମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରୟାସ ଅନୁଷ୍ଠାନ ବ୍ୟବସାୟିକ ନୁହେଁ ବରଂ ସାଂସ୍କୃତିକ ଆଭିମୂଖ୍ୟ ନେଇ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଦୀର୍ଘ ୧୨ ବର୍ଷ ପ୍ରଚେଷ୍ଟା ଜାରୀ ରଖିଚି । ମହିଳା ଓ ଝିଅମାନଙ୍କ ନିମନ୍ତେ ସୁରକ୍ଷା ପ୍ରଦାନର ସ୍ୱତନ୍ତ୍ର ଆୟୋଜିତ କରାଯାଇଛି । ନବରାତ୍ର ଚତୁର୍ଥୀ ଠାରୁ ଦଶମୀ ପର୍ଯ୍ୟନ୍ତ ଏହି ମହୋତ୍ସବ ପ୍ରଦର୍ଶନୀ ପଡିଆ, ଇଉନିଟ୍‌-୩ରେ ଆୟୋଜିତ ହେବ । ଏଥିସହ ସ୍ୱଳ୍ପ ମୂଲ୍ୟର ପାର୍କିଂ ବ୍ୟବସ୍ଥା କରାଯାଇଛି ଓ ନୃତ୍ୟ ନିମନ୍ତେ ଦାଣ୍ଡିଆ ଷ୍ଟିକ୍ ଓ କଷ୍ଟ୍ୟୁମ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି । ମହୋତ୍ସବର ସମସ୍ତ ପରିସର ସିସିଟିଭିର ପରିଶରଭୁକ୍ତ କରାଯାଇଛି । ସମସ୍ତ ନିୟମବଳୀକୁ ପାଳନ କରିବା ପାଇଁ ପ୍ରୟାସ ପ୍ରତିସୃତିବଦ୍ଧ । ମହୋତ୍ସବର ସମ୍ପୂର୍ଣ୍ଣ ପରିସର ମାଦକଦ୍ରବ୍ୟ, ସିଗାରେଟ୍ ଓ ଆମିଷକୁ ସମ୍ପୂର୍ଣ୍ଣରୂପେ ନିଷେଧ କରାଯାଇଛି । ଇଉନିଟ୍‌-୩, ବୁଦ୍ଧ ମନ୍ଦିର ପରିସରଠାରେ ଆୟୋଜିତ ଏକ ପ୍ରେସ୍‌ମିଟ୍‌ରେ ପ୍ରୟାସର ଅଧ୍ୟକ୍ଷ ବନ ମହାନ୍ତି, ସୂଚିତ କରିଥିଲେ ଏବଂ ଗଣମାଧ୍ୟମ ଜରିଆରେ ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରୟାସର ସଦସ୍ୟମାନେ ତଥା ଜୟନ୍ତ କୁମାର ମହାନ୍ତି, କୌସ୍ତୁଭ ଦାସ, ସୁରେଶ କୁମାର ପତ୍ରୀ, କମଳ ମହାନ୍ତି, ଜସ୍‌ମିନ୍ ମହାନ୍ତି, ସୋନାଲୀ ପ୍ରିୟଦର୍ଶିନୀ, ସୂର୍ଯ୍ୟ ନାରାୟଣ ମହାନ୍ତି, କୌଶିକ ମହାନ୍ତି, ଚନ୍ଦ୍ରଶେଖର ପଣ୍ଡିତରା, ବୃନ୍ଦାବନ ପଢିହାରୀ, ସଂଗ୍ରାମ ମହାରଣା ଏବଂ ଉମାକାନ୍ତ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ