ସ୍ୱଦେଶୀ ଦ୍ରବ୍ୟକ୍ରୟ, ଜିଏସଟି ହ୍ରାସ ନେଇ ସଚେତନତା

ବନ୍ତ,(ଚାନ୍ଦିନୀ ମହାନ୍ତି) : ସେବା ପକ୍ଷ ଅବସରରେ ସ୍ୱଦେଶୀ ଦ୍ରବ୍ୟ କ୍ରୟ ଓ ଆତ୍ମ ନିର୍ଭରଶୀଳ ଭାରତ ଅନ୍ତର୍ଗତ ‘ଭୋକାଲ ଫର ଲୋକାଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ୍ତ ସାପ୍ତାହିକ ହାଟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ ସଂଯୋଜନା କରିଥିଲେ । ଏଥିରେ ଜିଲା ବିଜେପି ସଭପତି ଭଗବାନ ପଣ୍ଡା, ସେବା ପକ୍ଷ ଜିଲା ସଂଯୋଜକ ତପନ ମହାନ୍ତି, ସହ ସଂଯୋଜକ କିଶୋର କିଙ୍କର ପଢିଆରୀ, ଜିଲା ବିଜେପି ଉପସଭାନେତ୍ରୀ ପଙ୍କଜିନୀ ଲେଙ୍କା, ବରିଷ୍ଠ କର୍ମୀ କମଳାକାନ୍ତ ସାହୁ, ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ.ପ୍ରମୋଦ କୁମାର ଜେନା, ବନ୍ତ ମଣ୍ଡଳ ସଭାପତି ସନ୍ତୋଷ ନାୟକ, ତୋଡଗାଁ ସରପଞ୍ଚ ଇଂ.ମାନସ ପହି, ପୂର୍ବତନ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ ପ୍ରମୁଖ ଯୋଗ ଦେଇ ଆତ୍ମ ନିର୍ଭରଶୀଳ ଭାରତ ଗଠନ ପାଇଁ ବିଦେଶୀ ଦ୍ରବ୍ୟକୁ ବର୍ଜ୍ଜନ କରି ସ୍ୱଦେଶୀ ଦ୍ରବ୍ୟ କ୍ରୟ ଏବଂ ଜିଏସଟି ହ୍ରାସ ପରେ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା । ଏନେଇ ମୋଦିଜୀଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ଦଳୀୟ ପଦାଧିକାରୀ ଓ କର୍ମୀ ମାନେ ବାଉଁଶ ଓ ମ।।ଟିରେ ତିଆରି ବିଭିନ୍ନ ସାମଗ୍ରୀ କ୍ରୟ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବତନ ସମିତି ସଭ୍ୟ ବସନ୍ତ ନାୟକ, ଅଶୋକ ପରିଡା, ସୁବାଷ ପଣ୍ଡା, ପ୍ରତିମା ସାହୁ, ସାବିତ୍ରୀ ସାହୁ, ଟିକି ବେହେରା, ଗଦାଧର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ