ଚଣ୍ଡୀପାଠରେ କମ୍ପୁଛି ଆସିକାର ମା ଶ୍ୟାମାକାଳୀଙ୍କ ପୀଠ

ଆସିକା (ୱାଇଏନ୍‍ଏସ୍‍):  ଆସିକା ସହରର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ରୂପେ ପରିଚିତ ଥିବା ୧୩ ନମ୍ବର ୱାର୍ଡର କାଳୀମୁଖୀ ସାହି ସ୍ଥିତ ମା ଶ୍ୟାମାକାଳୀଙ୍କ ପୀଠରେ ଏକ ଆଧ୍ୟାକ୍ମିକ ପରିବେଶ ମଧ୍ୟରେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ଶାରଦୀୟ ନବରାତ୍ରୀ ପୂଜା ଚାଲୁଥିବା ଜଣାପଡିଛି । ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ନବରାତ୍ରୀ ପୂଜା ଅବସରରେ ଅଧୀଷ୍ଟାତ୍ରୀ ଦେବୀ ମା ଶ୍ୟାମାକାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିିଳୁଛି । ଆସିକା ସହ ତଥା ଏହାର ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମା ଶ୍ୟାମାକାଳୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଜଗତ କଲ୍ୟାଣ ଓ ପରିବାରର ମଙ୍ଗଳ ପାଇଁ ଆଶୀର୍ବାଦ ଭିକ୍ଷା କରୁଥିବା ବେଳେ ମନ୍ଦିର ପରିସର ଚଳଚଞ୍ଚଳ ହୋଇଉଠିଛି । ଶାରଦୀୟ ନବରାତ୍ରୀ ପୂଜାର ତୃତୀୟ ଦିବସରେ କଲ୍ୟାଣମୟୀ, ଭକ୍ତବତ୍ସଳା, କରୁଣାମୟୀ ଅଧୀଷ୍ଠାତ୍ରୀ ଦେବୀ ମା ଶ୍ୟାମାକାଳୀ ଚନ୍ଦ୍ରଘଣ୍ଟା ବେଶରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇଥିଲା ବେଳେ ସୁନାମ୍ବ ସାହିର ଉପାସକ ତଥା ମାନସିକଧାରୀ ଭକ୍ତ କିଶୋର ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ବିଷୋୟୀ କର୍ତ୍ତା ରୂପେ ରହି ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିଥିଲେ । ପୋଲସରା ହାତୀଓଟ ନିକଟସ୍ଥ ଚନ୍ଦ୍ରମାଦେଇପୁର ଶାସନ ଗ୍ରାମର ବିଦ୍ୱାନ ପଣ୍ଡିତ କାଳୁଚରଣ ମହାପାତ୍ର, କାହ୍ନୁଚରଣ ତ୍ରିପାଠୀ ଓ ଦିଲୀପ କୁମାର ଦେବତାଙ୍କ ମନ୍ତ୍ରୋଚାରଣରେ ଅଧୀଷ୍ଠାତ୍ରୀ ଦେବୀ ମା ଶ୍ୟାମାକାଳୀଙ୍କ ପୀଠ ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଶାରଦୀୟ ନବରାତ୍ରୀ ପୂଜା ଅବସରରେ ସୁସଜ୍ଜିତ ରଙ୍ଗବେରଙ୍ଗର ଆଲୋକମାଳାରେ ମା ଶ୍ୟାମାକାଳୀଙ୍କ ପୀଠ ଓ କାଳୀମୁଖୀ ସାହି ରାସ୍ତା ଝଲସି ଉଠୁଥିବା ଦେଖିବାକୁ ମିଳୁଛି । ନବରାତ୍ରୀ ସମୟରେ ଅଧୀଷ୍ଠାତ୍ରୀ ଦେବୀ ମା ଶ୍ୟାମାକାଳୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରି ମନ୍ଦିର ପରିସରରେ ଦୀପଟିଏ ଲଗାଇଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଏହି ପୁରାତନ ମନ୍ଦିରକୁ ବର୍ଷତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ମା’ ଶ୍ୟାମାକାଳୀଙ୍କ ପୀଠରେ ଚାଲିଥିବା ନବରାତ୍ର ପୂଜାକୁ ସୁପରିଚାଳନା କରିବା ଦିଗରେ ମନ୍ଦିର ପରିଚାଳନା କମିଟି ସଭାପତି ଡାକ୍ତର ଶ୍ୟାମଘନ ବିଶ୍ୱାଳ, ଉପସଭାପତି ଟି.ଦୀପକ କୁମାର ପାତ୍ର, ସଂପାଦକ ଦେବହରି ମହାନ୍ତି, ସହସଂପାଦକ ସନ୍ତୋଷ କୁମାର ପୋଲାଇ, କୋଷାଧ୍ୟକ୍ଷ ତରୁଣ କୁମାର ପଟ୍ଟନାୟକ, ଉପଦେଷ୍ଟା ତଥା ଆସିକା ପ୍ରେସ୍‍କ୍ଳବର ସଭାପତି ସତ୍ୟନାରାୟଣ ରଥ, ମନ୍ଦିର ପୂଜକ ଗଣପତି ମୁନି, ସତ୍ୟନାରାୟଣ ମୁନି, ପ୍ରମୋଦ କୁମାର ମୁନି, ଆଧ୍ୟାତ୍ମିକପ୍ରେମୀ ଏ.ଯୁଧିଷ୍ଠିର ଦୋରା, ପ୍ରସନ୍ନ କୁମାର ତ୍ରିପାଠୀ, ରବିନ୍ଦ୍ରନାଥ ପୋଲାଇ, ଏମ୍‍.ତାରିଣୀ ସେନାପତି, ମଦନ ମୋହନ ପୋଲାଇ, ଦୁର୍ଗାପ୍ରସାଦ ପଣ୍ଡା, ପ୍ରଦୀପ କୁମାର ପରିଡା, ରାମଚନ୍ଦ୍ର ରା, ଜି.ସୂର୍ଯ୍ୟପ୍ରକାଶ ରାଓ, ସୁନିଲ୍‍ କୁମାର ମିଶ୍ର, ପି.ଶିବଶଙ୍କର ପାତ୍ରଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ