ମା ମଙ୍ଗଳାଙ୍କ ଆଜି ଥିଲ କୁଷ୍ମାଣ୍ଡ ବେଶ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ। ନବରାତ୍ରି ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ। ଆଶ୍ୱିନ ଶୁକ୍ଳପକ୍ଷର ପ୍ରତିପଦ ତିଥି ରୁ ଏହା ଆରମ୍ଭ ହୋଇ ଦଶହରା ଶେଷ ହେବ। ପୁରୀ ଜିଲ୍ଲା କାକଟପୁର ପ୍ରାଚୀ ତଟ ବାସିନୀ ମା ମଙ୍ଗଳା ଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା। ପରମ୍ପରା ଅନୁସାରେ ପ୍ରତ୍ୟହ ଭୋର ୪ଟାରୁ ସ୍ୱତନ୍ତ୍ର ପୂଜା ହୁଏ। ସୋମବାର ଠାରୁ ନବଦିନାତ୍ମକ ପୂଜା ଅବା ଗୁପ୍ତ ନୀତି ଆରମ୍ଭ ହୋଇଛି। ନବପତ୍ରିକା ଚତୁର୍ଥ ଦିନରେ ମା ବିଳମ୍ବିତ ରାତ୍ର ରୁ କଳାକଲି ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଛନ୍ତି। ମା ଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ମହିଷାସୁର କୁ ଠାବ କରିବାକୁ ରତ୍ନଗିରି ନିଆଯାଇଥାଏ। ପରେ ମନ୍ଦିର ମଧ୍ୟରେ ଥିବା ଦୁର୍ଗା ପ୍ରତିମା କୁ ରତ୍ନବେଦୀ ରୁ ବାହାରକୁ ଆଣି ଏକତ୍ର ଭାବେ ଖଟୁଲିରେ ପୂଜା କରାଯାଏ ଯାହାକୁ ଜଗତି ପୂଜା କୁହାଯାଇଥାଏ। ଜଗତି ପୂଜା ପରେ ମା ‘ଙ୍କ ଚଳନ୍ତି ପ୍ରତିମା କୁ ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ କରାଯିବା ପରେ ମା ଙ୍କ ବେଶ ଲାଗି ହୁଏ। ଦେବୀ ପକ୍ଷର ପ୍ରଥମ ନଅଦିନ ଦେବୀ ୯ ଟି ଭିନ୍ନ ଭିନ୍ନ ନାମ ଓ ରୂପରେ ପୂଜିତ ହୁଅନ୍ତି। ସେହି ୯ ନାମ ଓ ରୂପ “ନବଦୁର୍ଗା”ଭାବରେ ବିଦିତା ତାହା ହେଉଛି ପ୍ରଥମତଃ ଶୈଳପୁତ୍ରୀ,ଦ୍ୱିତୀୟମ ବ୍ରହ୍ମଚାରିଣୀ, ତୃତୀୟମ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ କୁଷ୍ମାଣ୍ଡ । ମା ଦୁର୍ଗା ଙ୍କ ଚତୁର୍ଥ ସ୍ୱରୂପରେ ଦେବୀ କୁଷ୍ମାଣ୍ଡ ଙ୍କୁ ପୂଜିବାର ଵିଧି ରହିଛି। ମା “ଙ୍କ ଆରାଧନା ଦ୍ୱାରା ଭକ୍ତଙ୍କ ବଳ, ବୁଦ୍ଧି, ବିଦ୍ୟା, ପ୍ରେମ, ଜ୍ଞାନ, ଆୟୁ, ଆରୋଗ୍ୟ ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଯେତେବେଳେ ସାରା ଜଗତ ଅସ୍ତିତ୍ୱ ବିହୀନ ଥିଲା ସେହି ସମୟରେ ଦେବୀ କୁଷ୍ମାଣ୍ଡ ପୁରା ବ୍ରହ୍ମାଣ୍ଡ କୁ ସରଂଚନା କରିଥିଲେ। ମା ‘ଙ୍କ ଏହି ବେଶ ଦର୍ଶନ କଲେ ମନର ଚଞ୍ଚଳତା ଦୂର ହେବା ସହିତ ରୋଗବାଗ ଶରୀର ଛାଡି ଚାଲିଯାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।ବିଳମ୍ବିତ ରାତ୍ର ରେ ଚତୁର୍ଥ ଦିନରେ ମା ମଙ୍ଗଳା କଳା କଲି ବେଶ ଅନୁଷ୍ଠିତ ହୋଇଯାଇଛି। ନବଦିନାତ୍ମକ ପୂଜାର ଚତୁର୍ଥ ଦିନରେ ମା ବିଳମ୍ବିତ ରାତ୍ରରେ ନାଲି କଲି ବେଶ ଦର୍ଶନ ଦେଇଥିଲେ।
ନବଦିନାତ୍ମକ ପୂଜା ସମୟରେ ରାଜ୍ୟର କୋଣ ଅନୁକୋଣ ରୁ ମା ମଙ୍ଗଳା ଙ୍କ ପୀଠରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଛି।