ସପ୍ତମୀରେ ସିଂହବାହିନୀ ବେଶରେ ଦର୍ଶନ ଦେଲେ ମା” ମଙ୍ଗଳା

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ପୁରୀ ଜିଲ୍ଲା କାକଟପୁର ବାସିନୀ ମା ‘ମଙ୍ଗଳା ନବରାତ୍ର ର ସପ୍ତମ ଦିନରେ ରବିବାର ସନ୍ଧ୍ୟାରେ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କର ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଛି। ସନ୍ଧ୍ୟାରେ ଭଅଣ୍ଡ ଧୂପ ପରେ ମା’ଙ୍କ ଚଳନ୍ତି ପ୍ରତିମା ମନ୍ଦିର ମଧ୍ୟରେ ଥିବା ଦୁର୍ଗା ପ୍ରତିମାଙ୍କୁ ରତ୍ନବେଦୀରୁ ବାହାରକୁ ଅଣାଯାଇଥିଲା। ପରେ ଏକତ୍ର ଭାବେ ଏକ ଖଟୁଳିରେ ଜଗତି ପୂଜା କରାଯାଇଥିଲା। ଜଗତି ପୂଜା ପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ କରାଯାଇଥିଲା। ତା’ପରେ ମା’ ମହିଷାକୁ ଖୋଜିବା ପାଇଁ ସିଂହବାହିନୀ ବେଶ ଧାରଣ କରିଥିଲେ।ମା’ଙ୍କ ନିକଟରେ କାଷ୍ଟ ନିର୍ମିତ ସିଂହ ଲାଗି କରାଯିବା ସହ ବିଭିନ୍ନ ଦେବାଦେବୀମାନଙ୍କ ଦ୍ଵାରା ପ୍ରଦତ୍ତ ଅସ୍ତ୍ର ଲାଗି କରାଯାଇଥିଲା। ରବିବାର ରାତିରେ ମା’ଙ୍କ ସିଂହବାହିନୀ ବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଯେଉଁଥିପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା। ଆଜି (ସୋମବାର) ସକାଳେ ମଧ୍ୟ ଶ୍ରଦ୍ଧାଳୁମାନେ ମା’ଙ୍କ ସିଂହବାହିନୀ ବେଶ ଦର୍ଶନ କରି ଭାବବିହ୍ଵଳ ହୋଇଥିଲେ।
ଆଜି ରାତିରେ ଅଷ୍ଟମୀରେ ମା’ଙ୍କର ମହିଷାମର୍ଦ୍ଧିନୀ ବେଶ ଅନୁଷ୍ଠିତ ହେବ। ତା’ପରେ ମା’ମହିଷାଙ୍କୁ ସଂହାର କରିବାକୁ ଯିବେ। ଆଜି ସଂହାର କରିବା ପରେ ମଙ୍ଗଳବାର ନବମୀରେ ଶାନ୍ତି ବେଶରେ ମା’ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ