ଦୁର୍ଗାପୂଜା ନିମନ୍ତେ ଗଙ୍ଗା ଆବାହନ ଓ ବେଲ ବରଣ ପୂଜା ଅନୁଷ୍ଠିତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଚଳିତ ବର୍ଷ ଦୁର୍ଗାପୂଜା ନିମନ୍ତେ ସୂର୍ଯ୍ୟପୂଜା,ବେଲ ବରଣ,ବିଲ୍ୟଅଧିବାସୀ, ଗଙ୍ଗାଆବାହନ ପୂଜା ଅନୁଷ୍ଠିତ ହୋଇଯାଇଛି l ପୁରୋହିତ ଜଗବନ୍ଧୁ ପଣ୍ଡା ଓ ଶ୍ୟାମାସୁନ୍ଦର ଦାସଙ୍କ ମିଳିତ ପୌରାହିତ୍ୟରେ ମୁନିଖୋଲସ୍ଥିତ ନାଳ ନିକଟରେ ବୈଦିକ ରୀତିନୀତି ଅନୁସାରେ କଳସ ସ୍ଥାପନ କରି ସଂକଳ୍ପ କରାଯାଇ ପୂଜାର୍ଚନା କରାଯାଇଥିଲା l ଏହି ଅବସରରେ ମୁନିଖୋଲ ନାଳରୁ ପାରମ୍ପରିକ ବାଦ୍ୟ ସହ କଳସ ଯାତ୍ରାରେ ବାହାରି ସହର ପରିକ୍ରମ କରି ମଣ୍ଡପ ଠାରେ ପହଞ୍ଚିଥିଲେ l ବେଲବରଣ ପୂଜା ଓ ନବ ପତ୍ରିକା ପ୍ରବେଶ ଆଦି ପୂଜା କରି କାର୍ଯ୍ୟ ତୁଲାଇଥିଲେ l ଶେଷରେ ମଣ୍ଡପ ଶୁଦ୍ଧି କରାଯାଇ ପୂଜା ଆରମ୍ବ ହୋଇଥିଲା l କର୍ତ୍ତା ଭାବେ ବୃନ୍ଦାବନ ପାଢ଼ୀ, ଲକ୍ଷ୍ମୀ ପାଢ଼ୀ ଓ ଗୌରହରୀ ବନଛୋର କାର୍ଯ୍ୟ ତୁଲାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସହଯୋଗୀ ପୁରୋହିତ ନିକୁଞ୍ଜ ଶତପଥୀ,ସଦାନନ୍ଦ ମହାପାତ୍ର,ସୁରେଶ ରଥ,ମଙ୍ଗଳା ସାବତ, କାଳିଆ ସାବତ,ଅଶୋକ କର,ସୁଧାଂଶୁ ଶେଖର ରଥ,ଗଣେଶ ରଣା,ବାବୁଲା ମାଳି ପ୍ରମୁଖଙ୍କ ସମେତ ତରଣୀ ବେହେରା, ଦିଲେଶ୍ଵର ବଗର୍ତି ପ୍ରମୁଖ ପୂଜାରେ ସହଯୋଗ କରିଥିଲେ l ଉକ୍ତ ପୂଜା ୨୮ ତାରିଖ ଷଷ୍ଠୀ ଠାରୁ ଆରମ୍ବ ହୋଇ ୨ ତାରିଖ ବିଜୟା ଦଶମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲୁ ରହିବ ଏବଂ ପ୍ରତେକ ଦିନ ମଣ୍ଡପରେ ମାଆଙ୍କ ବିଭିନ୍ନ ପୂଜାସହ ହୋମଯଜ୍ଞ ଓ ମହା ଅଷ୍ଟମୀ ଦିନ ଅଷ୍ଟମୀ ଭୋଗ, ଅର୍ଣ୍ଣଭୋଗର କାର୍ଯ୍ୟକ୍ରମ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଦୁର୍ଗାପୂଜା କମିଟିର ସଭାପତି ହାଡ଼ିଆ ଗୌଡ଼ ଓ ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି l ଉକ୍ତ ପୂଜା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କମିଟିର ଉପ ସଭାପତି ରାଜକିଶୋର ବେହେରା,ଉତ୍ତମ କୁମାର ଦାସ,ରତ୍ନାକର ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l


