ତୁଳସୀକ୍ଷେତ୍ରରେ ଶାରଦୀୟ ଦୂର୍ଗାପୂଜା ଆରମ୍ଭ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ତୁଳସୀ କ୍ଷେତ୍ରରେ ତ୍ରିଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ଆରମ୍ଭ। କ୍ଷେତ୍ରର ପୀଠଦେବୀ ମା’ କନକ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଆଜି ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ବିରାଜମାନ ଥିବା ପୀଠ ଦେବୀ ମା’ କନକଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ପ୍ରଥମେ ମା’ଙ୍କୁ ମହାସ୍ନାନ କରାଯାଇ ବେଶ ସୁବର୍ଣ୍ଣ ଅଳଙ୍କାରରେ ପରିଧାନ ପୂର୍ବକ ନ୍ୟାସ ଭୋଗ ଲାଗି କରାଯାଇଥିଲା। ପରମ୍ପରା ଅନୁଯାୟୀ ଆଜି କ୍ଷେତ୍ରରେ ମହାସପ୍ତମୀ ଅବସରରେ ଶସ୍ତ୍ର ପୂଜା ଭଣ୍ଡାର ଗୃହରେ କରାଯାଇଥିଲା। ଆସନ୍ତା ଗୁରୁବାର ଦଶହରା ପର୍ଯ୍ୟନ୍ତ ଏହି ପୂଜା ଚାଲିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ