ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ
ହାଟଡିହି (ଓ୍ବାଇଏନଏସ): ମାସିକ ଖବରକାଗଜ ମୁଗ୍ଧପୁର ସମାଚାରର ଚତୁର୍ଦ୍ଦଶତମ ସ୍ୱନକ୍ଷତ୍ର ଉସବରେ ଆନନ୍ଦପୁର ଉପଖଣ୍ଡର ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମଣ୍ଡଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ସମାଜସେବୀ ତଥା ସାମ୍ବାଦିକ ଅରୁଣ କୁମାର ସା, ମୁଖ୍ୟବକ୍ତା ପ୍ରଫେସର ବିଜୟ କୁମାର ସାହୁ, ସମ୍ମାନିତ ଅତିଥି କ୍ରୀଡ଼ାବିତ ବୁଲୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ କିଶୋର ଆଚାର୍ଯ୍ୟଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ମୁଗୁପୁର ସମାଚାର ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସମ୍ପାଦକ ମଦନ ମୋହନ ପାଢ଼ୀ, କାଯ୍ୟକାରୀ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, ସହ ସମ୍ପାଦକ ଚନ୍ଦନ ପଣ୍ଡା, ଜନ୍ମେଜୟ ଓଝା, ଲଷ୍ମୀଧର ଜେନା, ସଂଳୟ ପଣ୍ଡା, ସୁକାନ୍ତ ରାଉତ, ଅଭିମନ୍ୟୁ ବିଶ୍ବାଳ, ଶରତ ଚନ୍ଦ୍ର ଜେନା, ମାନସ ନାୟକ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।