ଆଦର୍ଶ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଚିନ୍ତାମଣି ପଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦିଗପହଣ୍ଡି ଦେଓ୍ବାନି ଅଦାଲତର ବରିଷ୍ଠ ବିଚାରପତି ମହାଶ୍ୱେତା ପରିଜା, ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ, ରିମାଣ୍ଡ ଏଡଭୋକେଟ ସନ୍ତୋଷ କୁମାର ସାହୁ ଏବଂ ଲିଗାଲ ଲିଟ୍ରେସି କ୍ଲବ ଭାରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶୋଭିତା ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସାଇବର କ୍ରାଇମ, ପୋକ୍ସ ଆକ୍ଟ ଏବଂ ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସୋନାଲିକା ଦାସ, ମନୀଷା ପାତ୍ର, ସୁଧୀର କୁମାର ପଣ୍ଡା, ଦେବବ୍ରତ ପାତ୍ର, ରାଜେଶ କୁମାର ତ୍ରିପାଠୀ, ବିଚିତ୍ରାନନ୍ଦ ଦାସ, ରାଜୀବ କୁମାର ରଇତ, ଟିଏଲଏସସି ସମ୍ପାଦକ ପ୍ରଦୀପ କୁମାର ପୁରୋହିତ ସହଯୋଗ କରିଥିବା ବେଳେ ଇଂରାଜୀ ଶିକ୍ଷକ ତେଜେନ୍ଦ୍ର ମାଳି କାର୍ଯ୍ୟକ୍ରମ ସଂଯୋଜନା ସହ ଶେଷରେ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ।


