ଆଇନ୍ ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ
ବାଲେଶ୍ବର(ସରୋଜ ପଣ୍ଡା): ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଥିବା ଆଇନ୍ ସଂକ୍ରାନ୍ତରେ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାରୀମାନଙ୍କ ସୁରକ୍ଷିତ ଓ ନିରାପଦ ଜୀବନଯାପନ ପାଇଁ ସରକାର ନେଉଥିବା ପଦକ୍ଷେପ ବିଷୟରେ ତାଲିମ୍ ଦିଆଯାଇଛି । ତାଲିମ୍ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ *ସୁଧାକର ନାଏକ* ଅଧ୍ୟକ୍ଷତା କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ସାମାଜିକ ବିକାଶ ଅନୁଷ୍ଠାନ (ଆଇ.ଏସ.ଡି) ର ନିର୍ଦ୍ଦେଶକ ଓ ଉପ-ଆରକ୍ଷୀ ଅଧିକ୍ଷକ ସଂଶୋଧନ ବିଶେଷଜ୍ଞ ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ପ୍ରଭାତ କୁମାର ବେହେରା, Deputy SP ଚାନ୍ଦମଣି ସିଂ, ଆଇ.ସି.ଡିଏସ୍ ଅଧିକାରୀ ସ୍ୱପ୍ନା ପ୍ରହରାଜ, ଡି.ସି.ପି.ଅ. ଖୁସିରାମ ଗେହେର, ସମସ୍ତ ସି.ଡି.ପି.ଅ., O.S.C. କର୍ମଚାରୀ , ଶକ୍ତି ସଦନ କର୍ମଚାରୀ,DHEW ର ସମସ୍ତ କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତାମାନେ ପ୍ରମୁଖ ଉପସ୍ଥିତ ଥିଲେ। ସର୍ବଶେଷରେ ,ପ୍ରୋଟେକ୍ସନ ଅଧିକାରୀ ଯୁଥିକା ରାଣୀ ରାୟ ଧନ୍ୟବାଦ ଅର୍ପଣ କରି ତାଲିମ୍ ଶିବିରକୁ ଉଦଯାପିତ କରିଥିଲେ।


