ଦୁର୍ନୀତି ନିବାରଣ ଦିବସ ଉପଲକ୍ଷେ ପଦଯାତ୍ରା

ଛତ୍ରପୁର (ଓ୍ବାଇଏନଏସ): ଦୁର୍ନୀତି ନିବାରଣ ସପ୍ତାହ ୨୦୨୫ ,  ଅକ୍ଟୋବର ୨୭ ତାରିଖ  ଠାରୁ ନଭେମ୍ବର ୨  ତାରିଖ ପର୍ଯ୍ୟନ୍ତ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳିତ ହେବ  । ଏହି ଉପଲକ୍ଷେ  ଆଜି ପୂର୍ବାହ୍ନରେ  ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଛତ୍ରପୁର ଖେଳପଡିଆ ଠାରୁ ଆରମ୍ଭ ହୋଇ  ଜିଲ୍ଲାପାଳଙ୍କ ବାସଭବନ,ମଝି ବଜାର,ରିକାପଲ୍ଲି ଦେଇ ପୁନଶ୍ଚ ଛତ୍ରପୁର ଖେଳପଡିଆ ଠାରେ ସମାପ୍ତ ହୋଇଥିଲା । ଏହି ପଦଯାତ୍ରାରେ  ସ୍ଵୟଂ ସହାୟିକା ଗୋଷ୍ଠୀ , ଅଙ୍ଗନୱାଡି କର୍ମୀ ,ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରୀ ,ଦୁର୍ନୀତି ନିବାରଣ କାର୍ଯ୍ୟ।ଳୟର  କର୍ମକର୍ତ୍ତା , ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ଗଣ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ