ଲକ୍ଷ୍ମୀପୁର ଗ୍ରାମରେ ବାଘ ଆତଙ୍କ : ଭୟଭିତ ଅବସ୍ଥାରେ ଗ୍ରାମବାସୀ
ଛତ୍ରପୁର (ଓ୍ବାଇଏନଏସ) : ଜଙ୍ଗଲ ଛାଡି ଗ୍ରାମାଞ୍ଚଳ ମୁହାଁ ହୋଇଛି ବାଘ l ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ଚାଷ ଜମିରେ ବାଘ ବୁଲୁଥିବା ନେଇ ଅଭିଯୋଗ ହୋଇଛି l ଗୁରୁବାର ସକାଳୁ ଗ୍ରାମର କିଛି ଲୋକ ମନ୍ଦିର ରୁ ଫେରିବା ସମୟରେ ଚାଷ ଜମିରେ ବାଘ ବୁଲୁଥିବା ଦେଖି ପ୍ରଥମେ ଗ୍ରାମବାସୀଙ୍କୁଖବର ଦେଇଥିଲେ l ପରେ ଛତ୍ରପୁର ବନ ବିଭାଗ କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ଛତ୍ରପୁର ଫରେଷ୍ଟ ଅଫିସର ବାବୁ ସେଠି ଙ୍କ ସମେତ ବହୁ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିବା ସହିତ ପାଦ ଚି଼ହ୍ନ ଏବଂ ଲୋମ ଆଦି ସଂଗ୍ରହ କରିଛି l ଏହା ସହ ପାଦ ଚି଼ହ୍ନ କୁ ମଧ୍ୟ ଏକ ସ୍କେଲ ଯୋଗେ ମପା ଯାଇଛି l ତେବେ ପ୍ରକୃତରେ ବାଘ ନା ଆଉ କିଛି ତାକୁ ନେଇ ତଦନ୍ତ ଜାରି ରଖାଯାଇଥିବା ଫେରେଷ୍ଟ ଅଫିସର ଶ୍ରୀ ସେଠି ସୂଚନା ଦେଇଛନ୍ତି l ଅନ୍ୟପଟେ ଗ୍ରାମରେ ୨ ଦିନ ଧରି ବାଘ ଆତଙ୍କ ଲାଗି ରହିଥିବା ବେଳେ ଗ୍ରାମର ଛେଳି, କୁକୁଡ଼ା ଆଦିକୁ ଖାଇ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ l ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକେ ରୀତିମତ ସେହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି l ଏଣୁ ଏହାର ତଦନ୍ତ କରି ବାଘକୁ ଘଉଡ଼ାଇବା ପାଇଁ ଦାବି ହୋଇଛି l

 
             
						 
						 
						 
						 
						 
						
