ରାଷ୍ଟ୍ରୀୟ ଏକତା ଦିବସରେ ଏକତା ଦୌଡ
ନାଉଗାଁ,(ଓ୍ବାଇଏନଏସ):ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ନାଉଗାଁ ବିଜେପି ପକ୍ଷରୁ ଆୟୋଜିତ ଏକତା ଦୌଡରେ ବ୍ଲକର ବିଜେପି କର୍ମୀ ଓ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ। ଏହି ଦୌଡ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ବନ୍ଧମୁଣ୍ଡାର ଜମୁନା ସ୍ଥାନ ମେଳନ ପଡିଆ, ଗୋବରୀକୂଳ,ଗଂଗଦାହାଟ ଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶେଷ ହୋଇଥିଲା। ଏହି ଅବସରରେ ଜାତୀୟ ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ନିମିତ ଶପଥ ପାଠ କରିଥିଲେ। ବିଜେପିର ରାଷ୍ଟ୍ରୀୟ ପରିଷଦ ସଭ୍ୟ ଉପେନ୍ଦ୍ର ନାଥ ବିଶ୍ୱାଳଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନାଉଗାଁ ମଣ୍ଡଳ ସଭାପତି ନିଗମାନନ୍ଦ ପରିଡା, ସମାଜସେବୀ ଅଧିକାରୀ ଲେଙ୍କା, ସର୍ବେଶ୍ୱର ମହାରଣା, ରତ୍ନାକର ତରାଇ, ଭିକାରୀ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।


