ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାତି ୧୧ଟା ପର୍ଯ୍ୟନ୍ତ ଅନୁମତି

କଟକ, (ଓ୍ବାଇଏନଏସ): ଆସନ୍ତା ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଆୟୋଜିତ ହେଉଛି । ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆରେ ଆୟୋଜିତ ହେଉଥିବା ଏହି ବାଣିଜ୍ୟିକ ଏବଂ ସାଂସ୍କୃତିକ ମହୋତ୍ସବ ରେ ପ୍ରତିବର୍ଷ ୫୦ ଳକ୍ଷରୁ ଅଧିକ ଦର୍ଶକ ଆସିଥାଆନ୍ତି । ଏହିଅବସରରେ ଚଳିତ ବର୍ଷ ଗଣକବି ବୈଷ୍ଣବ ପାଣି ମଂଚ ଏବଂ ଅକ୍ଷୟ ମହାନ୍ତି ମଂଚ ଏବଂ କଟକ ଇନ୍ କଟକ ମଂଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ଦେଶ, ରାଜ୍ୟ ଓ ରାଜ୍ୟ ବାହାରୁ ଏବଂ ବିଭିନ୍ନ ସାଂସ୍କୃତିକ ଦଳ ଓ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବ ଦେଖିବା ପାଇଁ ବହୁ ସଂଖ୍ୟାରେ ଭିଆଇପି, ଭିଭିଆଇପି ଯୋଗଦେବାର ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଳପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କଟକ ଶଦ୍ଦ ପ୍ରଦୂଷଣ (ନିୟନ୍ତ୍ରଣ) ନିୟମ, ୨୦୦୦ର ଧାରା ୫(୩) ଅନୁଯାୟୀ ସାଧାରଣ ଜନତାଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ୫ ନଭେମ୍ବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଗଣକବି ବୈଷ୍ଣବ ପାଣି ମଂଚ ଏବଂ ଅକ୍ଷୟ ମହାନ୍ତି ମଂଚରେ ରାତି ୧୧ଟା ପର୍ଯ୍ୟନ୍ତ ଲାଉଡସ୍ପିକର/ ସାଉଣ୍ଡ ସିଷ୍ଟମ ବ୍ୟବହାର କରିବାକୁ ଆବଶ୍ୟକୀୟ ଅନୁମତି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ