ଜିଲ୍ଲା ବୋଇତବନ୍ଦାଣ ସମିତିର ସ୍ୱନକ୍ଷତ୍ର ଦିବସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମନବଳ ସୁଦୃଢ ହେଲେ ଅସମ୍ଭବ କାର୍ଯ୍ୟ ସମ୍ଭବରେ ପରିଣତ ହେବ। ଛାତ୍ରଛାତ୍ରୀମାନେ ଏହି ବୟସରୁ ନିଜର ମନବଳ ସୁଦୃଢ କଲେ ସେମାନେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ମନବଳ ହେଉଛି ପୃଥିବୀର ଶ୍ରେଷ୍ଠ ବଳ ବୋଲି ସମ୍ବାଦ ଓ ଆମ ଓଡିଶାର ଅଧ୍ୟକ୍ଷ ସୈାମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡା ପୈାର ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ବୋଇତ ବନ୍ଦାଣ ସମିତିର ୫୭ତମ ସ୍ୱନକ୍ଷତ୍ର ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ କେହି ମନରେ ଅହଙ୍କାର ରଖିବା ଉଚିତ ନୁହେଁ। କାରଣ ଅହଙ୍କାର ହେଉଛି ଧ୍ୱଂସର ମୂଳକାରଣ। ଯାହାର ଉଦାହରଣ ହେଉଛି ଓଡିଶାରେ ବିଜେଡି ଶାସନର ପତନ। ବିଜେଡି ଅହଙ୍କାର ଦେଖାଇବାରୁ ନିଜର ପତନ ପାଇଁ ନିଜେ ଦାୟୀ ରହିଲା। ତେଣୁ ଜୀବନରେ ଯେତେ ଉଚ୍ଚକୁ ଉଠିଲେ ମଧ୍ୟ ଅହଙ୍କାର ତ୍ୟାଗ କରିବା ଉଚିତ ବୋଲି ସେ କହିଥିଲେ। ଜିଲ୍ଲା ବୋଇତବନ୍ଦାଣ ସମିତି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୂର୍ବତଟ ରେଳବାଇର ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ରାପଡା ନୈାବାଣିଜ୍ୟର ଇତିହାସ ସମ୍ପର୍କରେ ଅବତାରଣା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମନିର୍ଦ୍ଦେଶକ ଡା. ସୁଧିର କୁମାର ବ୍ରହ୍ମା, ସମିତି ସଭାପତି ଚିନ୍ମୟ ପ୍ରସାଦ ବେହୁରା, ତଅପୋଇ ଭାବେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜିଲ୍ଲାର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ଶାଶ୍ୱତୀ ମହାପାତ୍ର, ରାଜେନ୍ଦ୍ର ମାଝୀ,ସୁପ୍ରଭାତ ମଲ୍ଲିକ,ସୁଧିରରଞ୍ଜନ ଦେବଶର୍ମା ଦାଶ ଓ ଜୟ ପ୍ରକାଶ ବେହେରାଙ୍କୁ ମହେଶ କର ସ୍ମୃତି ସମ୍ମାନ, ଦୈନିକ ଶୃତିର ସମ୍ପାଦକ ସର୍ବେଶ୍ୱର ମିଶ୍ରଙ୍କୁ ସ୍ୱର୍ଗତ ଇନ୍ଦ୍ରମଣୀ ରାଉତ ସ୍ମୃତିସମ୍ମାନ, ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କୁ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି ସ୍ମୃତିସମ୍ମାନ, କୁଞ୍ଜବିହାରୀ ପୃଷ୍ଟିଙ୍କୁ ସ୍ୱର୍ଗତ ଗୟାଚାନ୍ଦ ଭୂୟାଁ ସ୍ମୃତି ସମ୍ମାନ, ଡାକ୍ତର ବୈକୁଣ୍ଠନାଥ ପଣ୍ଡାଙ୍କୁ ସ୍ୱର୍ଗତ ଡା. ସରୋଜକାନ୍ତ କାନୁନଗୋ ସ୍ମୃତି ସମ୍ମାନ, ଡା.ରଶ୍ମୀରଞ୍ଜନ ମହାନ୍ତିଙ୍କୁ ଡାକ୍ତର ଅଲେଖ ଚନ୍ଦ୍ର ଦାସ ସ୍ମୃତି ସମ୍ମାନ, ସୁଶ୍ରୀ ମିତାଲି ବାରିକଙ୍କୁ ମୀନକେତନ ଦାସ ସ୍ମୃତି ସମ୍ମାନ, ଆଇନଜୀବୀ ନୃସିଂହ ଚରଣ ରାଉତଙ୍କୁ ସ୍ୱର୍ଗତ ଦୋଳଗୋବିନ୍ଦ ଜେନା ସ୍ମୃତି ସମ୍ମାନ, ମିତାରାଣୀ ମହାନ୍ତିଙ୍କୁ ନନ୍ଦିତା ବ୍ରହ୍ମା ସ୍ମୃତି ସମ୍ମାନ ଏବଂସୁଶ୍ରୀ ଲକ୍ଷ୍ମୀପ୍ରିୟା ଶତପଥୀଙ୍କୁ ଶରତ ପ୍ରସାଦ ସିଂ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏତଦବ୍ୟତିତ ବକ୍ତୃତା, ଚିତ୍ରାଙ୍କନ, ମେହେନ୍ଦୀ, ନୃତ୍ୟ, ସଂଗୀତ, ମୁରୁଜ ଓ ଦଳଗତ ନୃତ୍ୟ ପ୍ରତିଯୋଗିତାର ୮୦ଜଣ କୃତି ପ୍ରତିଯୋଗୀଙ୍କୁ ମହେଶ କର, ଇନ୍ଦ୍ରମଣୀ ରାଉତ, କାଥରିନ ଦାସ, ଯଦୁମଣୀ ପଢିଆରୀ ଓ ସୁବଳ ଚରଣ ମହାନ୍ତି ସ୍ମୃତିଫଳକ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ପ୍ରଫୁଲ୍ଲ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଚିତ୍ତରଞ୍ଜନ ଦାସ ସ୍ୱାଗତ ଭାଷଣ ଓ ଲୋହିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାନ୍ତି, ଡ. ଚୈତନ୍ୟ ଚରଣ ପରିଡା, ବୈଷ୍ଣବ ପ୍ରଧାନ, ଶ୍ରୀନିବାସ ପ୍ରଧାନ, ରମାକାନ୍ତ ଦାସ, ରବୀନ୍ଦ୍ର ନାଥ ରଥ, ନିରଞ୍ଜନ ବେହେରା, ଗୈାରପ୍ରସାଦ ମହାପାତ୍ର, ଆକବର ଅଲ୍ଲୀ, ସୁଶିଲ ସାମଲ, ସରୋଜକାନ୍ତ ସାହୁ, ମୁକ୍ତାର ଖାଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଗବେଷକ ନିରଞ୍ଜନ ମେକାପ,ପ୍ରଫୁଲ୍ଲ କୁମାର ଜେନା, ଗୋଲଖ ପଢିଆରି, ଧିରେନ ସାହୁ, ଶରତ ଚନ୍ଦ୍ର ଧଳ, ପ୍ରମୋଦ ମହାପାତ୍ର, ହିମାଂଶୁ ଦାସ, କମଳାକାନ୍ତ ବେହେରା, ମିନତୀପ୍ରଭା ସ୍ୱାଇଁ, ପ୍ରଭାତୀ ଧଳ, ସୈାମେନ୍ଦ୍ର ପୃଷ୍ଟି, ଶ୍ରୀକାନ୍ତ ନାୟକ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସକାଳେ ସମିତି ସଭାପତି ଚିନ୍ମୟ ବେହୁରାଙ୍କ ସଭାପତିତ୍ୱରେ ଜଜାଙ୍ଗ ଆଦର୍ଶ ଜେନା ପୋଖରୀରେ ଅନୁଷ୍ଠିତ ବୋଇତବନ୍ଦାଣ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଅଜୟ କୁମାର ରାଉତ, କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସେଠାରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ନେହଲତା ପ୍ରଧାନ, ଲୋହିତ ମହାନ୍ତି, ସରୋଜକାନ୍ତ ସାହୁ, ରାଜେନ୍ଦ୍ର ମହାପାତ୍ର, ପ୍ରଦୀପ ସେଠୀ, ରଜନୀକାନ୍ତ ଦାସ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିଲେ।


