ସଞ୍ଜୟଙ୍କ ସ୍ମୃତିରେ ସ୍ମରଣିକା ଉନ୍ମୋଚିତ

ହାଟଡ଼ିହି,(ଓ୍ବାଇଏନଏସ): ହାଟଡ଼ିହି ବ୍ଲକ ୩୬ନମ୍ବର ଜୋନର ପୂର୍ବତନ ଜିଲ୍ଲାପରିଷଦ ସ୍ବର୍ଗତଃ ସଞ୍ଜୟ କୁମାର ରାଉତଙ୍କ ସ୍ମୃତି ଉଦେଶ୍ୟରେ ‘ସଞ୍ଜୟ ସ୍ମରଣେ’ ନାମକ ଏକ ସ୍ମରଣିକା ଉନ୍ମୋଚିତ ହୋଇଯାଇଛି l ଏଥିରେ ଉତ୍ସବରେ ପୂର୍ବତନ ବିଧାୟକ ମାୟାଧର ଜେନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଶିଷ୍ଟ ଶିକ୍ଷାବିତ୍ ପ୍ରାଣବଲ୍ଳଭ ପାଢ଼ୀ, ରାଧାଗୋବିନ୍ଦ ଦାସ, ପୂର୍ବତନ ସମିତି ସଭ୍ୟ ଅକ୍ଷୟ ବରାଳ, ପୂର୍ବତନ ସରପଞ୍ଚ ଛବିନ୍ଦ୍ର ନାୟକ, ବିଶିଷ୍ଟ କବି ଡ଼. ଅଶୋକ ପୁହାଣ, ଶିକ୍ଷାବିତ୍ ଗିରିଧାରୀ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପୂର୍ବତନ ଆନନ୍ଦପୁର ପୌରାଧ୍ୟକ୍ଷ ଶାନ୍ତୁନୁ ସେଠୀ, ମାର୍କଣ୍ଡ ଚରଣ ଓଝା, ସରପଞ୍ଚ ପ୍ରଶାନ୍ତ ରାଉତ, ପ୍ରଶାନ୍ତ ପଟ୍ଟନାୟକ, ପଦ୍ମନାଭ ଜେନା, ଜିଲ୍ଲା ପରିଷଦ କୌଶଲ୍ୟା ସେଠୀ, କୀର୍ତ୍ତନ ନାୟକ, ସନ୍ତୋଷ ପଣ୍ଡା, ସନାତନ ଓଝା, ଚିନ୍ତାମଣି ରାଉତ, ବିକ୍ରମ ଦେବ ରାଉତରାୟ, ରବୀନ୍ଦ୍ର କୁମାର ରାଜ, ମହେନ୍ଦ୍ର କୁମାର ମହାପାତ୍ର, ଚୈତନ୍ୟ ବେହେରାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ସଞ୍ଜୟ ରାଉତଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିବା ସହ “ସୌରଭମୟ ସଞ୍ଜୟ ସ୍ମରଣେ” ନାମରେ ଏହି ସ୍ମରଣିକାକୁ ଉନ୍ମୋଚିତ କରିଥିଲେ। ବଡ଼ଭାଇ ସୁଧାଂଶୁ ରାଉତ, ସୋମନାଥ ରାଉତ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ