ମୁନିଗୁଡାରେ ୨୪ ଘଣ୍ଟିଆ ରେଲକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାର ରେଳ ଷ୍ଟେସନ ପରିସରରେ ୨୪ ଘଣ୍ଟିଆ ରେଲକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ ହୋଇଯାଇଛି, ରେଷ୍ଟୁରାଣ୍ଟର ମାଲିକ ନରେନ୍ଦ୍ର ପାତ୍ର,ଧର୍ମେନ୍ଦ୍ର ପାତ୍ର ଓ ମହେନ୍ଦ୍ର ପାତ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ନିଳମାଧବ ହିକକା ଓ ସମ୍ମାନିତ ଅତିଥିଭାବେ ରେଳ ଡିଭିଜନ ଏଡିଇଏନ ରବି କିର୍ତ୍ତୀ ଯୋଗଦେଇ ରିବନ କାଟି ଉଦଘାଟନ କରିବା ସହ ଯାତ୍ରୀଙ୍କୁ ଉତ୍ତମ ମାନସହ ୨୪ ଘଣ୍ଟିଆ ଖାଦ୍ୟ ସେବା ଯୋଗାଇ ଦେବା ଲକ୍ଷରେ ରେଳ ବିଭାଗ ତରଫରୁ ରୋଳକୋଚ୍ ରେଷ୍ଟୁରାଣ୍ଟର ଉଦଘାଟନ ହୋଇଥିବା ନେଇ ବିଧାୟକ ଶ୍ରୀ ହିକକା ଖୁସବ୍ୟକ୍ତ କରିଥିଲେ,ସେହିପରି ମୁନିଗୁଡାକୁ ଅମୃତ ଭାରତ ଷ୍ଟେସନରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଏହି ରେଳ କୋଚ୍ ରେଷ୍ଟୁରାଣ୍ଟ ସମ୍ବଲପୁର ଡିଭିଜନର ତୃତୀୟ ରେଷ୍ଟୁରାଣ୍ଟ ଭାବେ ଉଦଘାଟିତ ହୋଇଥିବା ବେଳେ ଏଥିରେ ଉନ୍ନତ ସେବା ସ୍ବଚ୍ଛତା ଉପଲବ୍ଧ ରହିବ ଏବଂ ମୁନିଗୁଡା କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକେ ଏହି ରେଳ ଷ୍ଟେସନ ଉପରେ ନିର୍ଭରଶୀଳ ଥିବାବେଳେ ଏହା ଲୋକଙ୍କ ଆବଶ୍ୟକତା ପୁରଣ କରିପାରିବ ବୋଲି ଏଡିଇଏନ ରବି କିର୍ତ୍ତୀ ପ୍ରକାଶ କରିଛନ୍ତି, ଏହି ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ସରପଞ୍ଚ ସରସ୍ବତୀ ଶବର, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା, ମୀନ କେତନ ଷଡ଼ଙ୍ଗୀ, ସତ୍ୟନାରାୟଣ ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ରେଷ୍ଟୁରାଣ୍ଟ ମାଲିକଙ୍କ ସମସ୍ତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ