ସତ୍ୟସାଇ ସେବା ସମିତି ପକ୍ଷରୁ ଆସିକାରେ ଅଖଣ୍ଡ ଭଜନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ଯାହାଙ୍କ ପ୍ରେମଶକ୍ତିର ପରିଚୟ ପାଇଁ ଜଗତବାସୀଙ୍କ ମନରେ ଆଶ୍ୱାସନା ଆସେ, ଯାହାଙ୍କ ଜ୍ଞାନଶକ୍ତିର ପରିଚୟ ପାଇଁ ବୈଜ୍ଞାନିକ, ଅଧ୍ୟାପକ, ବ୍ୟବସାୟୀ, ପ୍ରଶାସକ, ରାଜନେତା, କ୍ରିକେଟିୟର ଓ ସାଧାରଣ ଜନତା ନତମସ୍ତକ ହୁଅନ୍ତି, ଯାହାଙ୍କ ଧର୍ମ ଓ କର୍ମର ନିଦର୍ଶନ ଦେଖିଲେ ସୁବର୍ଣ୍ଣଯୁଗର ଆଗମନର ଆଭାସ ମିଳେ, ଯାହାଙ୍କ ଦିବ୍ୟଶକ୍ତିର ଝଲକ ଅବିଶ୍ୱାସ୍ୟ ପୁରାଣ ପୃଷ୍ଠାକୁ ବିଶ୍ୱାସଯୋଗ୍ୟ କରାଏ, ସେଭଳି ଜଣେ ପରମ ପୁରୁଷ ଭଗବାନ ସତ୍ୟସାଇ ବାବାଙ୍କ ସ୍ମୃତି ଓ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଚବିଶି ଘଣ୍ଟିଆ ଅଖଣ୍ଡ ଭଜନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସ୍ଥାନୀୟ ସତ୍ୟସାଇ ସେବା ସମିତି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅଖଣ୍ଡ ଭଜନ କାର୍ଯ୍ୟକ୍ରମରେ ଆସିକା ସତ୍ୟସାଇ ସେବା ସମିତିର ଶତାଧୀକ ଶ୍ରଦ୍ଧାଳୁଭକ୍ତ ଯୋଗଦେଇ ଅଖଣ୍ଡ ଭଜନ ଗାନ କରିଥିଲେ । ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶାର ପରାମର୍ଶକ୍ରମେ ଆସିକା ସତ୍ୟସାଇ ସେବା ସମିତିର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶନିବାର ସନ୍ଧ୍ୟା ୬ ଘଟିକାରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଓ ସାଇ ଆଶ୍ରିତଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଅଖଣ୍ଡ ଭଜନ କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟା ୬ ଘଟିକାରେ ଶେଷ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବେଣିଆ, ବେଣାପାଟ, କାଳଷଣ୍ଢପୁର, ପୁଡୁଗେଶ୍ୱରପଲ୍ଲୀ, କୁଲାଗଡ, ଢଉଗାଁ, ପିତଳ, ଆସିକା, ସୁନାମୋହି, ବାବନପୁର, ପାକଲାପଲ୍ଲୀ ସମେତ ବିଭିନ୍ନ ଅଞ୍ଚଳର ଭଜନ ମଣ୍ଡଳୀର ସଦସ୍ୟମାନେ ଯୋଗଦେଇ ଭଗବାନ ସତ୍ୟ ସାଇବାବାଙ୍କ ଭଜନ ଗାନ କରିଥିଲେ । ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଆଧ୍ୟାତ୍ମିକ ସମ୍ମିଳନୀ ଓ ସତ୍ସଙ୍ଗ କାର୍ଯ୍ୟକ୍ରମରେ ବହୁ ସାଇ ଆଶ୍ରିତ ଉଦ୍ବୋଧନ ଦେଇ ଭଗବାନ ସତ୍ୟସାଇ ବାବାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିବା ସହ ମଣିଷ ଜୀବନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂକ୍ରାନ୍ତରେ ଭଗବାନ ସତ୍ୟସାଇ ବାବାଙ୍କ ବାଣୀ ଗୁଡିକ ବେଦ ଉପନିଷଦର ବାଣୀସମ ଜୀବନ୍ତ ଓ ଅମର ବୋଲି ପ୍ରକାର ଯେଉଁ ପଦ୍ଧତିରେ ନାମ ସଂକୀର୍ତ୍ତନ ହେଲେ ସର୍ବାଧିକ ଫଳ ମିଳେ, ଅନ୍ତର ପବିତ୍ର ହୁଏ, ନିଜ ହୃଦୟସ୍ଥ ଆତ୍ମଶକ୍ତିର ପ୍ରସ୍ଫୁଟନ ଘଟେ ସେ ସୂତ୍ର ଗୁଡିକ ଭଗବାନ ସତ୍ୟସାଇ ବାବାଙ୍କ ମୁଖରେ ସୁଦ୍ଧ ସ୍ଫଟିକ ପରିଷ୍କାର ଭାବେ ଶୋଭା ପାଇଆସୁଥିଲା ବୋଲି ଭାବବିହ୍ୱଳ କଣ୍ଠରେ ପ୍ରକାର କରି ମନ ଭିତରେ ସ୍ନେହ ଓ ପ୍ରେମ ଭାବନା ରହିଲେ ଆମେ ବାବାଙ୍କୁ ନିଶ୍ଚିତ ପାଇବା ଓ ବାବାଙ୍କ ଆଶୀର୍ବାଦ ଆମ ଉପରେ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଆସିକା ସତ୍ୟସାଇ ସେବା ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଭଗବାନ ସତ୍ୟସାଇ ବାବାଙ୍କ ଚବିଶି ଘଣ୍ଟିଆ ଅଖଣ୍ଡ ଭଜନ କାର୍ଯ୍ୟକ୍ରମରେ ସମିତିର ଆବାହକ ବିଦ୍ୟାଧର ଖଣ୍ଡୁଆଳ, ସାଇ ଆଶ୍ରିତ ମନୋଜ କୁମାର ଦାଶ, ମନୋଜ କୁମାର ମିଶ୍ର, ଧନଞ୍ଜୟ ମିଶ୍ର, ଭି.କ୍ରିଷ୍ଣାସ୍ୱାମୀ ରାଓ, ବୁଦ୍ଧିରାମ ନାହାକ, ଭବାନୀ ଶଙ୍କର ପଟ୍ଟନାୟକ, ପ୍ରଦୀପ କେଶରୀ ରାଉତ, ସହଦେବ ନାହାକ, ସନ୍ୟାସୀ ନାହାକ, ପ୍ରଦୀପ ସ୍ୱାଇଁ, ସନ୍ତୋଷ କୁମାର ସେଠୀ, ମହେଶ୍ୱର ପାତ୍ର, ମାଲେଶ୍ୱର ପାତ୍ର, ଜୟପ୍ରଦା ମହାପାତ୍ର, ମାଧୁରୀ ସ୍ୱାଇଁ, ଲକ୍ଷ୍ମୀ ରଥ, ଏନ୍.କାମେଶ୍ୱର ଆଚାରୀ, ଜ୍ୟୋତ୍ସ୍ନାରାଣୀ ବେହେରା, ରୁବିରାଣୀ ରଥଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ଓ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଶହ ଶହ ସାଇ ଆଶ୍ରିତ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଶ୍ରୀ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶାର ପରାମର୍ଶକ୍ରମେ ଆସିକା ସତ୍ୟସାଇ ସେବା ସମିତି ପକ୍ଷରୁ ବିଶ୍ୱଶାନ୍ତି ତଥା ବିଶ୍ୱକଲ୍ୟାଣ ନିମନ୍ତେ ଅନୁଷ୍ଠିତ ଅଖଣ୍ଡ ଭଜନ କାର୍ଯ୍ୟକ୍ରମ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଆଧ୍ୟାତ୍ମିକ ଜଗତର ଅନ୍ୟତମ ସିଦ୍ଧ ପୁରୁଷ ସତ୍ୟସାଇ ବାବା ସେବା, ତ୍ୟାଗ ଓ ଦିଗ୍ଦର୍ଶନ ମାଧ୍ୟମରେ କୋଟି କୋଟି ଭକ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ସାରା ଜୀବନ ସେ ମାନବ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ଆସିକା ସତ୍ୟସାଇ ସମିତି ପକ୍ଷରୁ ଚବିଶି ଘଣ୍ଟିଆ ଅଖଣ୍ଡ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାରା ଦେଶରେ ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ଦ୍ୱିତୀୟ ଶନିବାର ଠାରୁ ଚବିଶି ଘଣ୍ଟିଆ ଅଖଣ୍ଡ ଭଜନ କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ହେଲା ହୋଇଆସୁଛି ।


