ଇନୋଭିଷ୍ଟା ୨୦୨୫ ଉଦଘାଟିତ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସହର ଉପକଣ୍ଠ ନଇଗାଁ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ” ଇନୋଭିଷ୍ଟା -୨୦୨୫”  ଖୁବ୍ ଉତ୍ସାହ ଏବଂ ଆଡମ୍ବର ସହକାରେ ଉଦଘାଟିତ ହେଇଯାଇଛି।ଧରଣୀଧର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡକ୍ଟର ପ୍ରଭୁଦତ୍ତ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେଣ୍ଟ ଜାଭିୟର୍ ହାଇସ୍କୁଲର ପ୍ରତିଷ୍ଠାତା ତଥା କାଶଭି ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜ ର ପ୍ରତିଷ୍ଠାତା ଇଂ ଦେବବ୍ରତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ତଥା ବିଦ୍ୟାଳୟର ଟ୍ରଷ୍ଟି ସୁସ୍ମିତା ବେହେରା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃଷକ ଶ୍ରୀ ଚନ୍ଦ୍ରଶେଖର ବେହେରା ,ଟ୍ରଷ୍ଟି ଶରତ କୁମାର ମହାନ୍ତି ,ଟ୍ରଷ୍ଟି ସୌମ୍ୟରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ହାଇସ୍କୁଲର ପ୍ରଶାସନିକ ଅଧ୍ୟକ୍ଷ ଇଂ ମୃତ୍ୟୁଞ୍ଜୟ ନାୟକ, ଅଧ୍ୟକ୍ଷ ଡ଼ ଦିବ୍ୟକିଶୋର ପ୍ରଧାନ, ଉପାଧ୍ୟକ୍ଷା ସଂଯୁକ୍ତା ଦାସ, ଶ୍ରୀମତୀ ନିବେଦିତା ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଜ୍ଞାନ ,ପ୍ରଯୁକ୍ତିବିଦ୍ୟା,ରୋବୋଟିକ,ସାମାଜିକ ବିଜ୍ଞାନ,ବାଣିଜ୍ୟ, କଳା ଏବଂ ହସ୍ତଶିଳ୍ପର ପ୍ରଦର୍ଶନୀରେ ପ୍ରାୟ ୬୦୦ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶନ କରାଯାଇଥିଲା। ପ୍ରକଳ୍ପ ନିରୀକ୍ଷକ ଭାବରେ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର ଶିକ୍ଷାବିତ ମାନେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପର ସଠିକ୍ ମୂଲ୍ୟାୟନ କରିଥିଲେ। ସମସ୍ତ ପ୍ରକଳ୍ପ ଗୁଡ଼ିକ ଅତିଥି ମାନଙ୍କ ଦ୍ଵାରା ଉଚ୍ଚପ୍ରଶଂସିତ ହେଇଥିଲା। ଆସନ୍ତାକାଲି ଆନ୍ତଃସ୍କୁଲ ପ୍ରକଳ୍ପ ପ୍ରଦର୍ଶନୀରେ ପ୍ରାୟ ୧୫୦ ପ୍ରକଳ୍ପ ଆସିବାର ସ୍ଥିର ହୋଇଅଛି।ଆସନ୍ତାକାଲି ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ରୋମାଞ୍ଚକର ପ୍ରତିଯୋଗିତା ହେବାକୁ ଯାଉଛି। ପରିଶେଷରେ ବିଦ୍ୟାଳୟର ଉପ ସଭାପତି ଇଂ କିରଣ ଭାରତୀ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ