ଶିଶୁ ଦିବସ ଅବସରରେ ମଡେଲ ଶିଶୁ ବାଟିକା କକ୍ଷ ଉଦ୍‌ଘାଟନ

 ଛତ୍ରପୁର,(ଓ୍ବାଇଏନଏସ):ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ । ଶିଶୁମାନେ ହିଁ ଦେଶର ଭିତିଭୂମି ଏବଂ ସେମାନେ ହିଁ  ଦେଶର ଭବିଷ୍ୟତ । ଏହି ଅବସରରେ ଛତ୍ରପୁର ଠାରେ ପିଏମ୍‌ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଦିବସ ଉପଲକ୍ଷେ ଏକ ମଡେଲ ଶିଶୁ ବାଟିକା କକ୍ଷ ଉଦ୍‌ଘାଟନ ହୋଇଛି ।  ଏହି କକ୍ଷରେ ଶିଶୁ ବାଟିକା କୁନି କୁନି ଛାତ୍ର/ଛାତ୍ରୀଙ୍କୁ ଦିଆଯିବ ଗୁଣାତ୍ମକ ଶିକ୍ଷା । କୁନି ପିଲାଟି ତାର କିପରି ଗୁଣାତ୍ମକ ଶିକ୍ଷା ବୃଦ୍ଧି ହେବ ସେନେଇ ଏହି ମଡେଲ ଶିଶୁ ବାଟିକା କକ୍ଷରେ ବ୍ୟବସ୍ଥା ହୋଇଛି । ଏହାକୁ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ଗଞ୍ଜାମ ଜିଲାପାଳ ଭି.କିର୍ତି ଭାସନ ଯୋଗଦେଇ ଏହି ମଡେଲ ଶିଶୁ ବାଟିକା କକ୍ଷ ଉଦ୍‌ଘାଟନ କରିଥିଲେ । ଏହି କକ୍ଷରେ ଶିଶୁ ବାଟିକା ପିଲାମାନଙ୍କ ପାଇଁ କିପରି ଅତି ସହଜରେ ଗୁଣାତ୍ମକ ଶିକ୍ଷା ବୁଝିପାରିବେ ସେଠାରେ ତାହାରି ବ୍ୟବସ୍ଥା ହୋଇଥିବା ବିଧାୟକ ଓ ଜିଲାପାଳ ଦେଖିଥିଲେ । ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ  ସରକାରୀ ବିଦ୍ୟାଳୟ ଗୁଡିକରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଚଳିତ ବର୍ଷ ଶିଶୁ ବାଟିକା ଆରମ୍ଭ ହୋଇଛି । ପିଲାଙ୍କୁ ସର୍ବୋତମ ଓ ଗୁଣାତ୍ମକ ଶିକ୍ଷା ଉପରେ ଜିଲାପ୍ରଶାସନ ଅଧିକ ଗୁରୁତ୍ୱ ଦେଉଛି ବୋଲି ଜିଲାପାଳ କହିଥିଲେ ।  ଏହି ଅବସରରେ ଆଜି ଶିଶୁ ଦିବସ ହୋଇଥିବାରୁ ପିଲାମାନଙ୍କୁ ସ୍କୁଲ ଉପକରଣ, ଚକଲେଟ ଓ ମିଠା ବାଟିଂଥିଲେ ବିଧାୟକ ଓ ଜିଲାପାଳ । ପିଲାମାନଙ୍କୁ କିପରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି ତାହା ଦେଖିବା ସହ ପିଲାମାନେ ମଧ୍ୟ କିପରି ପଢୁଛନ୍ତି ତାହା ଗୋଟି ଗୋଟି କରି ଦେଖାଇଥିଲେ ।  ଗଞ୍ଜାମ ଜିଲାରେ ୨୮୮୮ ସ୍କୁଲରେ ୨୦ ହଜାର ୨୫୨ ଜଣ ଶିଶୁ ବାଟିକାରେ ପଢୁଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଅତିରିକ୍ତ ଶିକ୍ଷାଧିକାରୀ ଡଃ ପ୍ରଭାତୀ ମହାପାତ୍ର, ସମଗ୍ର ଶିକ୍ଷାର ବରି  ବୈଷୟିକ ପରାମର୍ଶଦାତା ମନୋଜ ବେହେରା, ସ୍କୁଲ ପ୍ରଧାନଶିକ୍ଷୟତ୍ରୀ ସୁଚିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ